ରୁଷିଆ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ମସ୍କୋ,୧୬ା୧: ରୁଷିଆ ପ୍ରଧାନମନ୍ତ୍ରୀ ଡିମିଟ୍ରି ମେଡ୍‌ଭେଡେଭ୍‌ ବୁଧବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନଙ୍କୁ ଦେଇଥିଲେ। ପୁଟିନ ମେଡ୍‌ଭେଡେଭ୍‌ଙ୍କୁ ତାଙ୍କ ସେବା ପାଇଁ ଧନ୍ୟବାଦ ଜଣାଇଛନ୍ତି। ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ମେଡ୍‌ଭେଡେଭଙ୍କୁ ରାଷ୍ଟ୍ରପତୀୟ ସୁରକ୍ଷା ପରିଷଦର ଉପମୁଖ୍ୟ କରିବା ପାଇଁ ପୁଟିନ୍‌ ଯୋଜନା କରିଛନ୍ତି। ପୁଟିନଙ୍କ ସହ ଦୀର୍ଘଦିନ ଧରି ଘନିଷ୍ଠ ଥିବା ମେଡ୍‌ଭେଡେଭ୍‌ ୨୦୧୨ରୁ ପ୍ରଧାନମନ୍ତ୍ରୀ ଥିଲେ। ଏହା ପୂର୍ବରୁ ସେ ୨୦୦୮ରୁ ୨୦୧୨ ରୁଷିଆର ରାଷ୍ଟ୍ରପତି ରହିଥିଲେ।

Share