ରୁଷିଆ ସହ ପ୍ରତିରକ୍ଷା ସମ୍ପର୍କକୁ ଏଡ଼ାଇପାରିନି ଭାରତ

ନୂଆଦିଲ୍ଲୀ,୨୬ା୬(ପି.ଟି.): ରୁଷିଆ ସହିତ ପ୍ରତିରକ୍ଷା ସମ୍ପର୍କକୁ ନୂଆଦିଲ୍ଲୀ ଏଡ଼ାଇ ଦେଇପାରିବ ନାହିଁ ବୋଲି ଭାରତ ଗସ୍ତରେ ଆସିଥିବା ଆମେରିକା ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓ ମଙ୍ଗଳବାର କହିଛନ୍ତି। ସାଧାରଣ ନିର୍ବାଚନ ପରେ ଏହା ହେଉଛି ଭାରତକୁ କୌଣସି ଦେଶର ନେତାଙ୍କ ପ୍ରଥମ ଉଚ୍ଚସ୍ତରୀୟ ଗସ୍ତ। ପମ୍ପିଓ ବୁଧବାର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା କରିବେ। ରୁଷିଆରୁ ଭାରତ ଏସ୍‌-୪୦୦ କ୍ଷେପଣାସ୍ତ୍ର କିଣିବା, ଆତଙ୍କବାଦ, ଏଚ୍‌୧ବି ଭିନା, ବାଣିଜ୍ୟ ଏବଂ ଆମେରିକାର କଟକଣା ପରେ ଇରାନଠାରୁ ତୈଳ କିଣିବାରେ ହେଉଥିବା ଅସୁବିଧା ଆଦି ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇବ। ଜାପାନର ଓସାକାରେ ଆସନ୍ତା ୨୮-୨୯ରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମଧ୍ୟରେ ସାକ୍ଷାତ୍‌ ପୂର୍ବରୁ ପମ୍ପିଓଙ୍କ ଏହି ଗସ୍ତକୁ ଗୁରୁତ୍ୱ ଦିଆଯାଉଛି। ପମ୍ପିଓ ବୁଧବାର ମୋଦି ଓ ଜୟଶଙ୍କରଙ୍କ ସହ ମଧ୍ୟାହ୍ନ ଭୋଜନ କରିବେ।

Share