Categories: ଫୁରସତ

ରୁଷୀୟ ଭକ୍ତଙ୍କ ଭକ୍ତିର ନିଦର୍ଶନ: ବରଫରେ ତିଆରି କରିଛନ୍ତି ମହାପ୍ରଭୁ

ଜଗତର ନାଥ ହେଉଛନ୍ତି ଜଗନ୍ନାଥ। ସେ ସର୍ବପୂଜ୍ୟ। ସର୍ବମାନ୍ୟ। ସାରା ପୃଥିବୀରେ ତାଙ୍କର ଅସଂଖ୍ୟ ଭକ୍ତ। ନିକଟରେ ରୁଷୀୟାର କିଛି ଭକ୍ତ ତାଙ୍କ ଭକ୍ତିର ନିଦର୍ଶନ ଦେଇଛନ୍ତି। ଆଉ ସାଇବେରିଆର ଏକ ପାହାଡିଆ ଅଞ୍ଚଳରେ ତିଆରି କରିଛନ୍ତି ପ୍ରଭୁଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ବରଫର ବିରାଟକାୟ ପ୍ରତିମୂର୍ତ୍ତି। ଏହି ଅଞ୍ଚଳର ତାପମାତ୍ରା ସାଧାରଣତଃ -୨୩ଂ ସେଣ୍ଟ୍ରିଗ୍ରେଡ ରହିଥାଏ। ତଥାପି ଅନେକ ଭକ୍ତଙ୍କ ସମାଗମ ଏଠାରେ ହୋଇଥିଲା। ପ୍ରଭୁଙ୍କର ଗୋଟିଏ ଝଲକ ଦେଖିବାକୁ ସେମାନେ ଏଠାକୁ ଛୁଟିଆସିଥିଲେ। ମହାପ୍ରଭୁଙ୍କୁ ପୂଜା କରିବା ସହ ଭକ୍ତମାନେ ଭଜନ ଗାଇଥିଲେ। ଆଉ ତାରି ତାଳେ ତାଳେ ନାଚିଥିଲେ ମଧ୍ୟ।

Share