(FILES) In this file photo taken on January 21, 2020 Russia's Culture Minister Olga Lyubimova attends a meeting of the new cabinet chaired by Prime Minister Mikhail Mishustin in Moscow. - Russia's culture minister has tested positive for coronavirus, her press secretary said on May 6, 2020, as the country's total number of cases exceeds 165,000. (Photo by Dmitry ASTAKHOV / SPUTNIK / AFP)
ମସ୍କୋ,୭।୫: ରୁଷ୍ ସଂସ୍କୃତିମନ୍ତ୍ରୀ ଓଲ୍ଗା ଲ୍ୟୁବିମୋଭା ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ଏସମ୍ପର୍କରେ ତାଙ୍କ ପ୍ରବକ୍ତା ଆନ୍ନା ଉଷାଚ୍ୟୁଭା ସୂଚନା ଦେଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାର ଆବଶ୍ୟକତା ନାହିଁ ବୋଲି ଆନ୍ନା କହିଛନ୍ତି। ତେବେ ଓଲ୍ଗାଙ୍କୁ କ୍ୱାରାଣ୍ଟାଇନ୍ରେ ରହିବାକୁ ପଡ଼ିବ। ସୂଚନାଯୋଗ୍ୟ, ଏହା ପୂର୍ବରୁ ରୁଷ୍ ପ୍ରଧାନମନ୍ତ୍ରୀ ମିଖାଇଲ୍ ମିଶୁଷ୍ଟିନ୍ ଏବଂ ନିର୍ମାଣମନ୍ତ୍ରୀ ବ୍ଲାଡିମୀର ୟେକୁଶେଭ୍ଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଥିଲା। ପ୍ରଧାନମନ୍ତ୍ରୀ ସୁସ୍ଥ ହେଉଥିବା ସମ୍ପର୍କରେ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍ ଇତିମଧ୍ୟରେ ସୂଚନା ଦେଇଛନ୍ତି।