ରୁଷ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ

ମସ୍କୋ,୨୪।୧୨: ରୁଷର ଏସ୍‌-୫୭(ଟି-୫୦) ଯୁଦ୍ଧ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଖବର ମିଳିଛି। ଏହା ଖାବରୋଭସକ କ୍ରାଇର ଡିଜୋମଗି ଏୟାରବେସ୍‌ର ପ୍ରାୟ ୧୨୦ କିଲୋମିଟର ଦୂରରେ ଦୂର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ପାଇଲଟ କିନ୍ତୁ ସୁରକ୍ଷିତ ଭାବେ ବାହାରି ଆସିଥିବା ଜଣାପଡିଛି। ରୁଷର ସୁଖୋଇ କମ୍ପାନୀ ଦ୍ୱାରା ଉକ୍ତ ଯୁଦ୍ଧ ବିମାନଟି ନିର୍ମାଣ କରାଯାଇଥିବା ବେଳେ ଯାନ୍ତ୍ରୀକ ତ୍ରୁଟି ଯୋଗୁ ଏହା ଦୁର୍ଘଟଣାର ଶିକାର ହୋଇଥିବା ଅନୁମାନ କରାଯାଉଛି। ଘଟଣାର ତନ୍ଦ ଆରମ୍ଭ କରାଯାଇଛି।

Share