ରୁଷ ରାଷ୍ଟ୍ରପତିଙ୍କ ସହ ହାତ ମିଳାଇଥିବା ଡାକ୍ତର କରୋନା ପଜିଟିଭ

ମସ୍କୋ,୨।୪: ରୁଷ ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନ ଏବେ ଆଶଙ୍କା ମଧ୍ୟରେ। କରୋନା ସଂକ୍ରମଣ ତାଙ୍କ ପର୍ଯ୍ୟନ୍ତ ପହଞ୍ଚିଥାଇ ପାରେ ବୋଲି ଏବେ ଅନୁମାନ କରାଯାଉଛି। କିଛିଦିନ ତଳେ ପୁଟିନ ଯେଉଁ ଡାକ୍ତରଙ୍କୁ ଭେଟିଥିଲେ ସେ ଏବେ କରୋନାରେ ପୀଡ଼ିତ ବୋଲି ଜଣାପଡିଛି। ତେଣୁ ପୁଟିନ ମଧ୍ୟ କରୋନା ସଂକ୍ରମଣରେ ଆସିପାରନ୍ତି ବୋଲି ଅନୁମାନ କରାଯାଉଛି। ମସ୍କୋରେ ଥିବା କରୋନା ହସ୍ପିଟାଲର ମୁଖ୍ୟ ହେଉଛନ୍ତି ଉକ୍ତ ଡାକ୍ତର। କିଛିଦିନ ତଳେ ପୁଟିନ ଉକ୍ତ ହସ୍ପିଟାଲକୁ ଯାଇଥିବା ବେଳେ ସେହି ଡାକ୍ତରଙ୍କ ସହ ହାତ ମିଳାଇଥିଲେ ବୋଲି କୁହାଯାଉଛି।

Share