ରୁହି-ୟଶଙ୍କ ବିନା ଆମେରିକାରେ ଜନ୍ମଦିନ ପାଳିବେ କରନ୍‌

ମୁମ୍ବାଇ: ବଲିଉଡ୍‌ର ନାମୀ ନିର୍ଦ୍ଦେଶକ କରନ ଜୋହର ଏଥର ତାଙ୍କ ୪୭ ତମ ଜନ୍ମଦିନ ଆମେରିକାରେ ପାଳନ କରିବେ ବୋଲି ଶୁଣିବାକୁ ମିଳିଛି। ଅବଶ୍ୟ ଏଥିରେ ସେ ଏକା ନୁହେଁ କେତେଜଣ ବଳିଉଡ୍‌ ସେଲିବ୍ରିଟି ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି। ହେଲେ ଏଥିରେ କେଉଁମାନେ ଯୋଗ ଦେବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସବୁଠାରୁ ବଡ କଥା ହେଲା ଏହି ଜନ୍ମଦିନରେ ତାଙ୍କର ଯାଆଁଳା ସନ୍ତାନ ରୁହି ଓ ୟଶ ଯୋଗ ଦେବେ ନାହିଁ ବୋଲି କୁହାଯାଉଛି। କାରଣ କରନ୍‌ ୫ ଦିନିଆ ନ୍ୟୁୟର୍କ ଟୁର୍‌ରେ ପିଲାମାନଙ୍କୁ କୁଆଡେ ସାମିଲ କରି ନାହାଁନ୍ତିି। କେବେ ବିଦେଶରେ ପିତାଙ୍କ ସହ ସମୟ କାଟି ନ ଥିବା ରୁହି ଓ ୟଶ ଏଥର ମଧ୍ୟ ପିତା କରନଙ୍କ ସହ ବିଦେଶ ଯିବେ ନାହିଁ। ନ୍ୟୁୟର୍କରେ ପୂର୍ବରୁ ଚିକିତ୍ସିତ ହେଉଥିବା ବଲିଉଡ୍‌ ଅଭିନେତା ରିଷି କପୁର ଓ ତାଙ୍କ ପତ୍ନୀ ନିତୁ କପୁର କରନଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେବେ ବୋଲି ଶୁଣିବାକୁ ମିଳିଛି।

Share