ରୂପସାରେ ରାବଣ ପୋଡ଼ି

ରୂପସା,୮ା୧୦ (ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ସଦର ବ୍ଲକ ଅନ୍ତର୍ଗତ ଆଙ୍କୋ ଶତାଦ୍ଧୀ କ୍ଲବ ଆନୁକୂଲ୍ୟରେ ୩୧ ତମ ରାବଣପୋଡ଼ି ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କ୍ଲବ ସଭାପତି ସନ୍ତୋଷ କୁମାର ପରିଡ଼ାଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ, ସମ୍ମାନନୀୟ ଅତିଥି ଭାବେ ଜିଲା ପରିଷଦ ସଭ୍ୟା ଶ୍ରୀମତି ପଟ୍ଟନାୟକ, ବରଦା ପ୍ରସନ୍ନ ପଟ୍ଟନାୟକ ଓ ଭଗବାନ ମହାପାତ୍ର ପ୍ରମୁଖ ରାବଣ ପ୍ରତିମୂର୍ତ୍ତିିରେ ଅଗ୍ନି ସଂଯୋଗ କରିଥିଲେ।