ରୂପ୍‌ସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଜିଲାପାଳ

ରୂପ୍‌ସା, ୧।୪(ଡି.ଏନ.ଏ.)-ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ମଙ୍ଗଳବାର ଅଚାନକ ରୂପ୍‌ସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟସେବା ପ୍ରଦାନ ସମ୍ପର୍କରେ ବୁଝିବା ସହ ନୂତନ ଓପିଡ଼ି ଗୃହ ବୁଲି ତଦାରଖ କରିଛନ୍ତି।
ସମ୍ପ୍ରତି ଦେଶବ୍ୟାପୀ କରୋନା ମୁକାବିଲାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟକେନ୍ଦ୍ରରେ ୩୦ ଶଯ୍ୟା ବିଶିଷ୍ଟ ଆଇସୋଲେଶନ ସେଣ୍ଟର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବିଭାଗୀୟ ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟରଙ୍କ ସହ ମୋବାଇଲ ଯୋଗେ କଥା ହୋଇ ନୂତନ ଓପିଡ଼ି ଗୃହକୁ ତୁରନ୍ତ ସ୍ବାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର ପାଇଁ ତାଗିଦ୍‌ କରିଛନ୍ତି। ଜିଲାପାଳଙ୍କ ପରିଦର୍ଶନ ସମୟରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବାନାର୍ଜୀ ପ୍ରସାଦ ଛୋଟରାୟ, ମେଡ଼ିକାଲ ଅଫିସର ଡା. ବିନୟ କୁମାର ଦାସ ମହାପାତ୍ର, ଆୟୁଷ ମେଡ଼ିକାଲ ଅଫିସର ଡା. ଅସୀତ କୁମାର ପ୍ରଧାନ ଓ ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ସତ୍ୟ ସୁନ୍ଦର ଗୋସ୍ବାମୀ ପ୍ରମୁଖ ଉପସ୍ଥିତ ଥିଲେ।

Share