Categories: ଖେଳ

ରେକର୍ଡଠାରୁ ଗୋଟିଏ ଛକା ଦୂରରେ ରୋହିତ

ନୂଆଦିଲ୍ଲୀ,୪ା୧୨- ଭାରତୀୟ ଓପନର ରୋହିତ ଶର୍ମା ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୪୦୦ ଛକା ମାରିଥିବା ବ୍ୟାଟ୍ସମ୍ୟାନ ହେବାକୁ ଯାଉଛନ୍ତି। ଏହି ମାଇଲଷ୍ଟୋନ ସ୍ପର୍ଶ କରିବା ଲାଗି ତାଙ୍କୁ କେବଳ ଗୋଟିଏ ଛକା ଦରକାର। ସେ ବିଶ୍ୱର ୩ୟ ବ୍ୟାଟ୍ସମ୍ୟାନ ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୪୦୦ ଛକା ମାରିଥିବା କ୍ଲବରେ ସାମିଲ ହେବେ। ଏହି ତାଲିକାରେ ଓ୍ବେଷ୍ଟଇଣ୍ଡିଜ ଓପନର କ୍ରିସ ଗେଲ ୫୩୪ ଛକା ସହ ଶୀର୍ଷରେ ଅଛନ୍ତି। ତାଙ୍କ ପଛକୁ ପୂର୍ବତନ ପାକିସ୍ତାନ ଅଧିନାୟକ ଶାହିଦ ଆଫ୍ରିଦୀ (୪୭୬) ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଆସନ୍ତା ୬ ତାରିଖରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟି୨୦ ଖେଳାଯିବ। ହୁଏତ ଏହି ମ୍ୟାଚ୍‌ରେ ରୋହିତ ୪୦୦ ଛକା ଲଗାଇବାର ମାଇଲଷ୍ଟୋନ ସ୍ପର୍ଶ କରିପାରନ୍ତି।

Share