Categories: ଖେଳ

ରେକର୍ଡ ଭାଙ୍ଗିଲେ ହର୍ମିଲାନ

ଭୁବନେଶ୍ୱର, ୨୯।୨(କ୍ରୀଡ଼ା ପ୍ରତିନିଧି)-ପଞ୍ଜାବୀ ବିଶ୍ୱବିଦ୍ୟାଳୟର ହର୍ମିଲାନ ବେନ୍ସ ଚଳିତ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ମହିଳା ୧୫୦୦ ମିଟରରେ ନୂଆ ରେକର୍ଡର ଅଧିକାରିଣୀ ହୋଇଛନ୍ତି। ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ରେସ୍‌ରେ ସେ ୪:୧୬.୬୮ ସେକେଣ୍ଡ ସମୟ ନେଇ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ରେକର୍ଡ ଭାଙ୍ଗିଛନ୍ତି। ପୂର୍ବରୁ ଏହି ରେକର୍ଡ କାଲିକଟ ବିଶ୍ୱବିଦ୍ୟାଳୟର ପି.ୟୁ. ଚିତ୍ରା(୪:୨୪.୮୭ ସେକେଣ୍ଡ)ଙ୍କ ନାମରେ ଥିଲା। ଏହି ଇଭେଣ୍ଟରେ ସାବିତ୍ରୀବେନ ଫୁଲେ ପୁଣେ ବିଶ୍ୱବିଦ୍ୟାଳୟର ଦୁର୍ଗା ପ୍ରମୋଦ ଦେଓରେ(୪:୨୪.୨୬) ରୌପ୍ୟ ଓ ଏମଜେପି ରୋହିଖଣ୍ଡ ବିଶ୍ୱବିଦ୍ୟାଳୟର ଉଜାଲା(୪:୨୬.୪୦) ବ୍ରୋଞ୍ଜ ପଦକ ପାଇଥିଲେ।

Share