Categories: ଖେଳ

ରେକର୍ଡ ସମକକ୍ଷ ରାମୋସ

ଗିଜୋନ(ସ୍ପେନ),୯।୯(ଏଏଫ୍‌ପି): ସେର୍ଗିଓ ରାମୋସ ସ୍ପେନ ପାଇଁ ସର୍ବାଧିକ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର ରେକର୍ଡର ସମକକ୍ଷ ହୋଇଛନ୍ତି। ରବିବାର ଫାରୋ ଦ୍ୱୀପ ବିପକ୍ଷ ୟୁରୋ ୨୦୨୦ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ସେର୍ଗିଓ ଜାତୀୟ ଦଳ ପକ୍ଷରୁ ୧୬୭ ତମ ଥର ପାଇଁ ପ୍ରତିନିଧିତ୍ୱ କରିଥିଲେ। ସମାନ ସଂଖ୍ୟକ ମ୍ୟାଚ୍‌ ଆଇକର କାସିଲାସ ଖେଳିଥିଲେ। ରିଅଲ ମାଡ୍ରିଡ୍‌ ସେଣ୍ଟର ବ୍ୟାକ ରାମୋସ ୧୪ ବର୍ଷ ତଳେ ଅନ୍ତର୍ଜାତୀୟ ସ୍ତରରେ ପଦାର୍ପଣ କରିଥିଲେ। କାସିଲାସଙ୍କ ସମକକ୍ଷ ହେବା ଏକ ବଡ଼ ଚ୍ୟାଲେଞ୍ଜ ଥିଲା। ବର୍ଷ ବର୍ଷର ଉଦ୍ୟମର ଫଳ। ଏହା ମୋ ପାଇଁ ସମ୍ମାନ ବୋଲି ରାମୋସ କହିଛନ୍ତି। ୩୩ ବର୍ଷୀୟ ଖେଳାଳି ୨୦୧୦ ଫିଫା ବିଶ୍ୱକପ୍‌ ଚାମ୍ପିୟନ ସ୍ପେନ ଦଳର ସଦସ୍ୟ ଥିଲେ। ତାଙ୍କ ପ୍ରତିନିଧିତ୍ୱରେ ଦଳ ୟୁରୋ ୨୦୦୮ ଓ ୨୦୧୨ ସଂସ୍କରଣରେ ଟାଇଟଲ ହାତେଇଥିଲା। ଗୋଲକିପର କାସିଲାସଙ୍କ ପରେ ୨୦୧୬ରେ ସେ ଦଳର ନେତୃତ୍ୱ ନେଇଥିଲେ। ରାମୋସ ଏବେ ୟୁରୋପିଆନ ରେକର୍ଡଠାରୁ ୯ ମ୍ୟାଚ୍‌ ଦୂରରେ ରହିଛନ୍ତି। ୟୁରୋପରେ ସବୁଠୁ ଅଧିକ ମ୍ୟାଚ୍‌ ଖେଳିବା ରେକର୍ଡ ଇଟାଲିର ଗିଆନଲୁଇଗି ବଫନ (୧୭୬)ଙ୍କ ନାମରେ ରହିଛି।

Share