Categories: ବାଣିଜ୍ୟ

ରେକର୍ଡ ସ୍ତରରେ ବିଦେଶୀ ମୁଦ୍ରାଭଣ୍ଡାର

ନୂଆଦିଲ୍ଲୀ,୧୪।୬: ଦେଶର ବିଦେଶୀ ମୁଦ୍ରାଭଣ୍ଡାରରେ ୮.୨ ବିଲିୟନ ଡଲାର ବୃଦ୍ଧି ଘଟିଛି। ଫଳରେ ଏହା ୫୦୧.୭ ବିଲିୟନ ଡଲାର ଟପିଥିବା ଜଣାପଡିଛି। ଗୋଟିଏ ସପ୍ତାହ ତଳେ ଏହା ୪୯୩.୫ ବିଲିୟନ ଡଲାର ସ୍ତରରେ ରହିଥିଲା। ଭାରତୀୟ କର୍ପୋରେଟଗୁଡିକରେ ବିଦେଶୀ ପୁଞ୍ଜିନିବେଶ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟକ୍ରମ ପାଇଁ ବିଦେଶୀ ମୁଦ୍ରା ଭଣ୍ଡାର ବଢିଥିବା ଜଣାପଡିଛି। ଜିଓ ପ୍ଲାଟ୍‌ଫର୍ମରେ ବିଦେଶୀ ନିବେଶକମାନେ ୯୭ ହଜାର କୋଟି ଟଙ୍କାର ନିବେଶ କରିଛନ୍ତି। ସେହିଭଳି ଭାରତୀ ଟେଲିକମ୍‌ ବ୍ୟାକ୍‌ ଡିଲ୍‌ରେ ୧ ବିଲିୟନ ଡଲାରର ଅଂଶଧନ ବିକ୍ରି କରିଛି। ଜିଏସ୍‌କେ ୟୁନିଲିଭରକୁ ୩.୩ ବିଲିୟନ ଡଲାରର ଅଂଶଧନ ବିକ୍ରି କରିଛି। ବଡ ବଡ ଡିଲ୍‌ ହେବା ଯୋଗୁ ବିଦେଶୀ ନିବେଶକଙ୍କ ଆଗ୍ରହ ବୃଦ୍ଧି ଘଟିଥିବା ଜଣାପଡିଛି। ଏଭଳି ବୃଦ୍ଧି ଯୋଗୁ ଭାରତ ବିଦେଶୀ ମୁଦ୍ରା ରଖିଥିବା ପ୍ରମୁଖ ଦେଶଗୁଡିକ ମଧ୍ୟରେ ସାମିଲ ହୋଇଛି।

Share