Categories: ଖେଳ

ରେକର୍ଡ: ୭ମ ଥର ଲାଗି ବ୍ରଡ୍‌ଙ୍କ ଶିକାର ହେଲେ ଓ୍ବାର୍ନର

ଲଣ୍ଡନ, ୧୫।୯- ଅଷ୍ଟ୍ରେଲିଆ ଓପନର୍‌ ଡେଭିଡ୍‌ ଓ୍ବାର୍ନର ଚଳିତ ଆଶେସ ସିରିଜକୁ ନୈରାଶ୍ୟଜନକ ଭାବେ ଶେଷ କରିଛନ୍ତି। ଏଠାରେ ଚାଲିଥିବା ଅନ୍ତିମ ତଥା ୫ମ ମ୍ୟାଚ୍‌ର ୨ୟ ଇନିଂସରେ ମଧ୍ୟ ଓ୍ବାର୍ନର ବ୍ୟାଟିଂରେ ଫେଲ୍‌ ମାରିଥିଲେ। ଘରୋଇ ଇଂଲଣ୍ଡ ପକ୍ଷରୁ ଧାର୍ଯ୍ୟ ୩୯୯ ରନର ଚ୍ୟାଲେଞ୍ଜିଂପୂର୍ଣ୍ଣ ଲକ୍ଷ୍ୟକୁ ପିଛା କରୁଥିବାବେଳେ ଷ୍ଟୁଆର୍ଟ ବ୍ରଡ୍‌ ନୂଆ ବଲରେ ପ୍ରାରମ୍ଭରୁ ଅଷ୍ଟ୍ରେଲିଆକୁ ଡବଲ୍‌ ଝଟ୍‌କା ଦେଇଥିଲେ। ବ୍ରଡ୍‌ ତାଙ୍କ ଲଗାତର ୨ ଓଭରରେ ଯଥାକ୍ରମେ ଦୁଇ ଓପନର୍‌ ମାର୍କସ ହାରିସ (୯ ରନ) ଓ ଓ୍ବାର୍ନର (୧୧)ଙ୍କୁ ଆଉଟ୍‌ କରିଥିଲେ। ୫ମ ଓଭର ଶେଷ ବଲରେ ହାରିସଙ୍କୁ କ୍ଲିନ ବୋଲ୍ଡ କରିଥିବାବେଳେ ୭ମ ଓଭର ୪ର୍ଥ ବଲରେ ଓ୍ବାର୍ନରଙ୍କୁ ସ୍ଲିପରେ କ୍ୟାଚ୍‌ କରାଇ ଦେଇଥିଲେ। ଏଥିସହ ଚଳିତ ୫ ମ୍ୟାଚ୍‌ବିଶିଷ୍ଟ ଆଶେସ ସିରିଜରେ ରେକର୍ଡ ୭ମ ଥର ଲାଗି ବ୍ରଡ୍‌ଙ୍କ ଶିକାର ହୋଇଛନ୍ତି ଓ୍ବାର୍ନର। ମୋଟ୍‌ ଉପରେ ଟେଷ୍ଟ କ୍ରିକେଟ୍‌ରେ ୧୩ଥର ଲାଗି ଓ୍ବାର୍ନରଙ୍କୁ ବ୍ରଡ୍‌ ଆଉଟ୍‌ କରିବାରେ ସଫଳ ହୋଇଛନ୍ତି। କିନ୍ତୁ ଗୋଟିଏ ସିରିଜରେ ଜଣେ ବ୍ୟାଟ୍ସମ୍ୟାନ ସମାନ ବୋଲରଙ୍କ ଦ୍ୱାରା ୭ଥର ଆଉଟ୍‌ ହେବାରେ ବିଶ୍ୱରେ ଏହା ୬ଷ୍ଠ ଘଟଣା।
ଗୋଟିଏ ସିରିଜରେ ସମାନ ବୋଲରଙ୍କ ଦ୍ୱାରା ୭ଥର ଆଉଟ୍‌ ହୋଇଥିବା ବ୍ୟାଟ୍ସମ୍ୟାନ
ବୋଲର ବ୍ୟାଟ୍ସମ୍ୟାନ ବର୍ଷ
କ୍ଲାରି ଗ୍ରିମେଟ୍‌ ଜନ୍‌ ସିଡ୍‌ଲୀ ୧୯୩୫-୩୬
ବ୍ରାଏନ୍‌ ଷ୍ଟଥାମ୍‌ ଟ୍ରେଭର ଗୋଡାର୍ଡ ୧୯୬୦
ଜେଫ୍‌ ମ୍ୟାକ୍‌ଗ୍ରା ମାଇକେଲ୍‌ ଆର୍ଥରଟନ୍‌ ୧୯୯୭
ନାଥନ ଲିୟନ ମୋଇନ ଅଲି ୨୦୧୭-୧୮
ଷ୍ଟୁଆର୍ଟ ବ୍ରଡ୍‌ ଡେଭିଡ ଓ୍ବାର୍ନର ୨୦୧୯

Share