ଦିଗପହଣ୍ଡି,୨୫।୩(ଡି.ଏନ୍.ଏ.): ଦିଗପହଣ୍ଡି ଥାନା ପୋଲିସ ପକ୍ଷରୁ ସହରରେ ଥିବା ରାଶନ ଦୋକାନଗୁଡିକର ଭିଡ଼ ନିୟନ୍ତ୍ରଣ କରି ସତର୍କତା ଅବଲମ୍ବନ କରିବାକୁ ପଦକ୍ଷେପ ନିଆଯାଇଛି। ପ୍ରତି ଦୋକାନ ସମ୍ମୁଖରେ ରେଖାଙ୍କିତ ଚିହ୍ନ ମଧ୍ୟରେ ଠିଆହୋଇ ଆବଶ୍ୟକ ରାଶନ କିଣିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଦୋକାନ ସମ୍ମୁଖରେ ଅଯଥା ଭିଡ଼ ନ କରି ପରସ୍ପର ମଧ୍ୟରେ ସମଦୂରତା ରକ୍ଷାକରି ଜଣଙ୍କ ପରେ ଜଣେ ଦୋକାନକୁ ଯାଇ ଆବଶ୍ୟକ ସାମଗ୍ରୀ କିଣିବା ଲାଗି ପୋଲିସ ପକ୍ଷରୁ ସଚେତନ କରାଯାଇଛି।