ରେଖାଙ୍କ ସୌନ୍ଦର୍ଯ୍ୟ ଆଗରେ ଫିକା ପଡ଼ିବେ ଆଜିକାଲିର ଅଭିନେତ୍ରୀ

ରେଖା ବଲିଉଡ୍‌ର ଏଭର ଗ୍ରୀନ୍‌ ଅଭିନେତ୍ରୀ। ତାଙ୍କ ସୌନ୍ଦର୍ଯ୍ୟ ଆଗରେ ଫିକା ପଡ଼ିଯିବେ ଆଜିକାଲିର ଅଭିନେତ୍ରୀମାନେ। ସିଲ୍କ ଏବଂ କାଞ୍ଜିବରମ୍‌ ଶାଢ଼ିକୁ ରେଖା ବେଶ୍‌ ଭଲ ପାଆନ୍ତି ବୋଲି ସମସ୍ତେ ଜାଣନ୍ତି। ଅଧିକାଂଶ ଉତ୍ସବରେ ତାଙ୍କୁ ଶାଢ଼ିରେ ଦେଖିବାକୁ ମିଳିଥାଏ। ଖାଲି ସେତିକି ନୁହେଁ, ଶାଢ଼ିରେ ସେ ଯେତିକି ସୁନ୍ଦର ଦେଖାଯାଆନ୍ତି ତାଙ୍କ ଆଗରେ ଅନ୍ୟ କୌଣସି ଅଭିନେତ୍ରୀ ଏତେ ସୁନ୍ଦର ଦେଖାଯାଆନ୍ତି ନାହିଁ। ନିକଟରେ ଏକ ଉତ୍ସବରେ ରେଖା ପହଞ୍ଚିଥିଲେ। ସେଠାରେ କାହା ନଜର ତାଙ୍କ ଉପରୁ ହଟି ନ ଥିଲା। ଏହି ଅବସରରେ ରେଖା ସୁନେଲୀ ରଙ୍ଗର ଧଡ଼ି ଥିବା ଏକ ଧଳା ରଙ୍ଗର ଶାଢ଼ି ପିନ୍ଧିଥିଲେ। ଏହା ସାଙ୍ଗକୁ ଏକ ଫୁଲ୍‌ ହାତ ବ୍ଲାଉଜ୍‌ ପିନ୍ଧିଥିବା ବେଳେ ମ୍ୟାଚିଂକରି ଅଳଙ୍କାର ପିନ୍ଧିଥିଲେ। ଲାଲ ସିନ୍ଦୁର ଏବଂ ଲିପ୍‌ଷ୍ଟିକ୍‌ ତାଙ୍କ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥିଲା।

Share