ଭବାନୀପାଟଣା,୨୪।୮(ଡି.ଏନ୍.ଏ.): କଳାହାଣ୍ଡି ଜିଲାରେ କାର୍ଯ୍ୟରତ ୧୧୩ ଜଣ ଗ୍ରାମ୍ୟ କର୍ମଚାରୀ ନିୟମିତ (ରେଗୁଲାର) ହେଲେ। ଏ ନେଇ ଜିଲା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଜିଲାର ୧୩ ବ୍ଲକର ବିଭିନ୍ନ ପଞ୍ଚାୟତରେ ଚୁକ୍ତିଭିତ୍ତିକ ଗ୍ରାମ୍ୟ କୃଷି କର୍ମଚାରୀ ଭାବେ ୨୦୧୧ ମସିହାରେ ୧୧୩ ଜଣଙ୍କୁ ଚୁକ୍ତି ଭିତ୍ତିକ ନିଯୁକ୍ତି ମିଳିଥିଲା। ୬ ବର୍ଷ ପରେ ସେମାନଙ୍କୁ ରେଗୁଲାର ମାନ୍ୟତା ମିଳିଛି। ଦୀର୍ଘଦିନ ପରେ ନିୟମିତ ସରକାରୀ କର୍ମଚାରୀ ହୋଇଥିବାରୁ ସେମାନେ ଖୁସି ପ୍ରକାଶ କରିଛନ୍ତି। କଳାହାଣ୍ଡି ଜିଲାପାଳ, ଉପକୃଷି ନିର୍ଦ୍ଦେଶକଙ୍କୁ ସଂଘ ପକ୍ଷରୁ ସଭାପତି ସମିର ପାତ୍ର, ଭବାନୀପାଟଣା ବ୍ଲକର ଉପସଭାପତି ବିଶ୍ୱକାନ୍ତ ସାହୁଙ୍କ ସମେତ ଜିଲା ଗ୍ରାମ୍ୟ କୃଷି କର୍ମଚାରୀମାନେ କୃତଜ୍ଞତା ଜଣାଇଛନ୍ତି।
Posted inଆମ ଜିଲା ଖବର, କଳାହାଣ୍ଡି View All

Terror Attack Death: ଜନ୍ମମାଟିରେ ପହଞ୍ଚିଲା ଓଡ଼ିଆ ପୁଅଙ୍କ ମର ଶରୀର
ବାଲେଶ୍ୱର,୨୪।୭: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ପ୍ରଶାନ୍ତ ଶତପଥୀଙ୍କ ଆଜି ହେବ ଶେଷକୃତ୍ୟ। ଆଜି ଭୋରରେ ବାଲେଶ୍ୱର ଇସାଣୀରେ ପହଞ୍ଚିଛି...

ଢେଙ୍କାନାନ ପୋଲିସ -ଅପରାଧି ଗୁଳି ବିନିମୟ , କିଙ୍ଗ ଅଫ ଫରେଷ୍ଟ ଗ୍ୟାଙ୍ଗ ସଦସ୍ୟ ଆହତ
ଢ଼େଙ୍କାନାଳ,୨୪।୪(ରତନ ନାୟାର): ଢେଙ୍କାନାଳ ପୋଲିସ ଓ ଜଣେ ଦୂର୍ଦ୍ଧଷ ଅପରାଧି ମଧ୍ୟରେ ବୁଧବାର ବିଳମ୍ବିତ ରାତିରେ ଗୁଳି ବିନିମୟ ହୋଇଛି । ଏହି ଘଟଣାରେ ଜିଲାର...

ପ୍ରେମ ପାହାଡ଼ରେ ମରି ପଡ଼ିଛନ୍ତି ୫ ଠେକୁଆ
ରାୟଗଡ଼ା,୨୩ା୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସଦରମହକୁମାସ୍ଥିତ ପ୍ରେମ ପାହାଡ଼ରେ ବୁଧବାର ସମୟରେ ୫ଟି ଠେକୁଆ ମରିପଡ଼ିଥିବା ଦେଖିବାକୁ ମଳିଥିଲା। ତେବେ ପ୍ରେମ ପାହାଡ଼ରେ କେବେ ଠେକୁଆଙ୍କୁ...

ପୋଖରୀରେ ବୁଡ଼ିଗଲେ ୨ ଦିବ୍ୟାଙ୍ଗ ଯୁବତୀ
ଶେରଗଡ଼/ହିଞ୍ଜିଳିକାଟୁ,୨୩।୪(ସୂର୍ଯ୍ୟନାରାୟଣ ଦାଶ/ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମ ପୋଖରୀରେ ବୁଡ଼ି ବୁଧବାର ୨ ଦିବ୍ୟାଙ୍ଗ ଯୁବତୀଙ୍କ ମୃତ୍ୟୁ ଘଟିଛି।...

ଖେମୁଣ୍ଡି କଲେଜ ଛାତ୍ରୀଛାତ୍ରଙ୍କ ସଫଳତା, ବିଶ୍ୱବିଦ୍ୟାଳୟ ଟପ୍ପର ହେଲେ ଶୀତଲ-ପୁଷ୍ପାଞ୍ଜଳି
ଦିଗପହଣ୍ଡି,୨୩ା୪(ଅଶେଷ ନାଥ ମିଶ୍ର): ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ବିଭିନ୍ନ ବିଭାଗରେ ଖେମୁଣ୍ଡି କଲେଜର ୧୨ ଜଣ ଛାତ୍ରୀଛାତ୍ର ବିଶବିଦ୍ୟାଳୟର...

ଗଞ୍ଜେଇ ଗାଡ଼ି ଛାଡ଼ି ଚାଳକ ଚମ୍ପଟ
ଦାରିଙ୍ଗବାଡ଼ି,୨୩ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସକୁ ମିଳିଛି ବଡ଼ ସଫଳତା, ଗଞ୍ଜେଇ ଭର୍ତ୍ତି ମିନିଟ୍ରକକୁ ପୋଲିସ ଜବତ କରିଛି। ୨୭୦ କେଜି ଗଞ୍ଜେଇ ଜବତ...

ପହଲଗାମ୍ ଶହୀଦଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା
ଭଞ୍ଜନଗର,୨୩ା୪(ବାବୁଲା ପ୍ରଧାନ): ଜମ୍ମୁ-କଶ୍ମୀରର ପହଲଗାମ୍ ଆତଙ୍କବାଦୀ ଆକ୍ରମଣରେ ଅନେକ ପର୍ଯ୍ୟଟକ ଶହୀଦ ହୋଇଛନ୍ତି। ଏଥିସହ ଅନେକ ଆହତ ହୋଇ ଏବେ ବି ମେଡିକାଲ ରେ ଚିକିତ୍ସିତ...

ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଛି ପାଗଳ ମାଙ୍କଡ଼, ଧରିବା ପାଇଁ ନାମେଦମ୍ ହେଲାଣି ବନ ବିଭାଗ
ଗଞ୍ଜାମ,୨୩ା୪(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ମାଙ୍କଡ଼ ଆତଙ୍କରେ ଲୋକେ ଅତିଷ୍ଠ ହୋଇ ପଡ଼ିଲେଣି । ଗତକାଲି ଏକ ପାତି ମାଙ୍କଡ଼ କାମୁ...