ରେଙ୍ଗାଲୀ ଡ୍ୟାମ୍‌ରୁ ବନ୍ୟାଜଳ ନିଷ୍କାସନ: ଖୋଲିଲା ୮ ନମ୍ବର ଗେଟ୍‌

କଣିହାଁ,୧।୧୦(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକସ୍ଥିତ ବ୍ରାହ୍ମଣୀ ନଦୀ ରେଙ୍ଗାଲୀ ଡ୍ୟାମ୍‌ରୁ ମଙ୍ଗଳବାର ପୂର୍ବାହ୍ନରେ ତୃତୀୟଥର ପାଇଁ ବନ୍ୟାଜଳ ନିଷ୍କାସନ ହୋଇଛି। ଡ୍ୟାମ୍‌ର ବିପଦସଙ୍କେତ ୧୨୩.୫୦ ମିଟର ରହିଥିବା ବେଳେ ଜଳସ୍ତର ୧୨୪.୪ ମିଟରକୁ ଛୁଇଁଥିଲା। ଏଥିଲାଗି ଡ୍ୟାମର ୮ନମ୍ବର ଗେଟ୍‌କୁ ଖୋଲାଯାଇଛି। ଉକ୍ତ ଗେଟ୍‌ ଓ ପାୱାରହାଉସରୁ ପ୍ରତି ସେକେଣ୍ଡରେ ୨୩୦୫ ଘନମିଟର ଜଳ ନିଷ୍କାସିତ ହେଉଛି। ଉପରମୁଣ୍ଡରୁ ଜଳଭଣ୍ଡାରକୁ ୨୫୨୫ ଘନମିଟର ଜଳ ପ୍ରବେଶ କରୁଥିବା ନିର୍ବାହୀଯନ୍ତ୍ରୀ ଅଜିତ କୁମାର ଜେନା ସୂଚନା ଦେଇଛନ୍ତି।

Share