କଣିହାଁ,୧୫।୯(ଡି.ଏନ୍.ଏ.): ଅନୁଗୋଳ ଜିଲା କଣିହାଁସ୍ଥିତ ରେଙ୍ଗାଳି ଡ୍ୟାମ୍ରୁ ରବିବାର ସକାଳ ୯ ଟାରେ ବନ୍ୟାଜଳ ନିଷ୍କାସିତ ହୋଇଛି। ୭ ନମ୍ବର ଗେଟ୍ ଓ ପାଓ୍ବାର ହାଉସ୍ ଦ୍ୱାରା ପ୍ରତି ସେକେଣ୍ଡକୁ ୨,୧୨୬ ଘନ ମିଟର ଜଳ ନିଷ୍କାସିତ ହେଉଥିବା ବେଳେ ପ୍ରତି ସେକେଣ୍ଡରେ ୧୪୩୦ ଘନ ମିଟର ଜଳ ପ୍ରବେଶ କରୁଛି। ନିର୍ବାହୀ ଯନ୍ତ୍ରୀ, ରେଙ୍ଗାଳି ବନ୍ଧ ଖଣ୍ଡ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ଏହି ନିଷ୍କାସନ ହୋଇଛି। ତେବେ ବର୍ତ୍ତମାନ ରେଙ୍ଗାଳି ଜଳଭଣ୍ଡାରରେ ଜଳସ୍ତର ୧୨୩.୩୩ ମିଟର ରହିଥିବା ବେଳେ ଏହାର ସମ୍ପୂର୍ଣ୍ଣ ଜଳଧାରଣ କ୍ଷମତା ୧୨୩.୫୦ ମିଟର ଥିବା ସୂଚନା ମିଳିଛି।