ସମ୍ବଲପୁର,୧୬।୧(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ପଡ଼ିଆବାହାଲ ରେଞ୍ଜର ସୁରେଶ ଚନ୍ଦ୍ର ମିର୍ଞ୍ଚାଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢ଼ାଉ ହୋଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ଜାରି ରହିଛି। ସମ୍ବଲପୁର ଓ ଝାରସୁଗୁଡ଼ା ଭିଜିଲାନ୍ସ ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ରେଞ୍ଜରଙ୍କ ଘର ସମେତ ତାଙ୍କ ପଡ଼ିଆବାହାଲ ଅଫିସ, ପୈତୃକ ଗ୍ରାମ ସୁବନପୁର ବିଶିପଡ଼ା ଓ ପୁଟତବନ୍ଧସ୍ଥିତ ତାଙ୍କ ଜ୍ୱାଇଁ ପ୍ରଦୀପ ମିର୍ଞ୍ଚାଙ୍କ ଘରେ ମୋଟ୍ ୪ଟି ସ୍ଥାନରେ ଚଢ଼ାଉ ଚାଲିଛି। ଚଢ଼ାଉ ଜାରି ରହିଥିବାରୁ ସମ୍ପତ୍ତିର ଆକଳନ ସମ୍ପର୍କରେ ପରେ ସୂଚନା ଦିଆଯିବ ବୋଲି ଭିଜିଲାନ୍ସ ଟିମ୍ ପକ୍ଷରୁ କୁହାଯାଇଛି।