ରେଞ୍ଜସ୍ତରୀୟ ବନସୁରକ୍ଷା ସମିତି କମିଟି ବୈଠକ

କେସିଙ୍ଗା,୧।୧୦(ଡି.ଏନ.ଏ.)
କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ରେଞ୍ଜ କାର୍ଯ୍ୟାଳୟ ପରିସରରେ ରେଞ୍ଜସ୍ତରୀୟ ବନ ସୁରକ୍ଷା ସମିତି କମିଟି ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି । ରେଞ୍ଜର ଦୀନବନ୍ଧୁ ମେହେରଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ବୈଠକରେ ଏହି ରେଞ୍ଜସ୍ତରୀୟ ବନସୁରକ୍ଷା ସମିତି ଅଧୀନରେ ଥିବା କେସିଙ୍ଗା, ନର୍ଲା ଓ କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମର ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଜଣ ସଭାପତିମାନେ ଯୋଗଦେଇଥିଲେ। ଏହି ତିନୋଟି ବ୍ଲକର ବିଭିନ୍ନ ଗ୍ରାମ ସଭାପତିମାନଙ୍କୁ ନେଇ ବନ ସୁରକ୍ଷା ସମିତି କମିଟି ଗଠନ କରାଯାଇଥିଲ। ଏଥିରେ ସର୍ବସମ୍ମତିକ୍ରମେ ଚେୟାରମ୍ୟାନ ଭାବେ ରେଞ୍ଜର ଦୀନବନ୍ଧୁ ମେହେର, ସମ୍ପାଦକ ଭାବେ ହେଡକ୍ବାର୍ଟର ଫରେଷ୍ଟର ଦେବବ୍ରତ ମିଶ୍ର, ଏହି ରେଞ୍ଜର ଫରେଷ୍ଟର, ଫରେଷ୍ଟଗାର୍ଡ ଓ ପ୍ରତ୍ୟେକ ବନ ସୁରକ୍ଷା ସମିତି ସଭାପତିମାନେ ମେମ୍ବର ଭାବେ ମନୋନୀତ ହୋଇଛନ୍ତି । ଏହି ରେଞ୍ଜ ଅଧୀନରେ ଥିବା ପ୍ରତ୍ୟେକ ଜଙ୍ଗଲକୁ ସମସ୍ତଙ୍କ ମିଳିତ ଉଦ୍ୟମକ୍ରମେ ରକ୍ଷଣାବେକ୍ଷଣ କରି ସୁରକ୍ଷା ଓ ସୁଦୃଢ଼ କରିବା ପାଇଁ ଏହି କମିଟି ମୂଳ ଉଦ୍ଦେଶ୍ୟ ବୋଲି କୁହାଯାଇଛି । ଜଙ୍ଗଲ ସୁରକ୍ଷା ସମେତ ଚାରା ରୋପଣ, ବୃକ୍ଷର ଯତ୍ନ ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଥିଲା । ଏଥିରେ ପାଟନର୍‌ ଏନଜିଓ ମଧ୍ୟ ମେମ୍ବର ଭାବେ ମନୋନୀତ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଭାପତି ଦୌଡ଼ରେ ସାଗର

ଭବାନୀପାଟଣା,୭ା୯(ଉତ୍ତମ କୁମାର ଦାଶ): ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଭାପତି ଦୌଡ଼ରେ ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସ ରହିଥିବା ଚର୍ଚ୍ଚାକୁ ଆସିଛି। ଗତ କିଛି...

ଭିଜିଲାନ୍ସ ଜାଲରେ କଲେଜ ପ୍ରିନ୍ସପାଲ

ଭବାନୀପାଟଣା/ଥୁଆମୂଳ ରାମପୁର,୬।୯(ଉତ୍ତମ କୁମାର ଦାଶ/ଦୁର୍ଗା କୀର୍ତ୍ତୀ ): ଜଣେ ଛାତ୍ରୀଙ୍କୁ ଯୁକ୍ତ ୨ ପ୍ରଥମ ବର୍ଷରେ ନାମ ଲେଖା ଏବଂ ପରୀକ୍ଷା ସମୟରେ ସହଯୋଗ କରିବା...

ଏକ୍ସପାଏରି ଔଷଧ ନେଲା ମହିଳାଙ୍କ ଜୀବନ

ଗୋଲାମୁଣ୍ଡା,୫ା୯(ବଟକୃଷ୍ଣ ପଣ୍ଡା)- ଏକ୍ସପାଏରି ଔଷଧ ଖାଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲା ଗୋଲାମୁଣ୍ଡା...

ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର,୫।୯: ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କଠାରୁ ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କରିଛନ୍ତି ଓଡ଼ିଶାର ଦୁଇ ଶିକ୍ଷକ। ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଏକ ଭବ୍ୟ...

୩ କୋଟିରେ ନିର୍ମାଣ ହେବ ଏନ୍‌ଏସି କାର୍ଯ୍ୟାଳୟ

ଭବାନୀପାଟଣା, ୫ା୯(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ ଏନ୍‌ଏସିର ନିଜସ୍ବ ଗୃହ ଦୀର୍ଘ ୫୫ ବର୍ଷ ପରେ ନିର୍ମାଣ ହେବାକୁ ଯାଉଛି। ଜୁନାଗଡ଼ ବିଧାୟକ ଦିବ୍ୟ...

କଳାହାଣ୍ଡି ଜିଲାରେ ଶିକ୍ଷା ସମସ୍ୟା: ଏଆଇଏସ୍‌ଏଫ୍‌ର ବିକ୍ଷୋଭ ସମାବେଶ

ଭବାନୀପାଟଣା,୪ା୯(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ଶିକ୍ଷା ସମସ୍ୟାକୁ ନେଇ ମଙ୍ଗଳବାର ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ଅଫିସ ଆଗରେ ଅଖିଳ ଭାରତ ଛାତ୍ର ସଂଘ (ଏଆଇଏସ୍‌ଏଫ୍‌) ଓ ଜିଲା...

ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ତାଲା

ଭବାନୀପାଟଣା,୪ା୯(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ପୂର୍ତ୍ତବିଭାଗ ଅଧୀନରେ ଥିବା ୪ଟି ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ୨ମାସ ହେଲା ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ଫଳରେ ଯାତ୍ରୀମାନେ...

ଦାୟିତ୍ୱ ନେଲେ ନୂତନ ଡିଆଇପିଆର୍‌ଓ

ଭବାନୀପାଟଣା,୪ା୯(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ନୂତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆର୍‌ଓ) ଭାବେ ହଳଧର ନିଆଲ ସୋମବାର କାର୍ଯ୍ୟରେ ଯୋଗଦେଇଛନ୍ତି। ଭବାନୀପାଟଣାସ୍ଥିତ ଡିଆଇପିଆର୍‌ଓଙ୍କ କାର୍ଯ୍ୟାଳୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri