Categories: ଜାତୀୟ

‘ରେଡିଓ କଶ୍ମୀର’ହେଲା ଆକାଶବାଣୀ

ଜମ୍ମୁ,୩୧।୧୦: ଜମ୍ମୁ-କଶ୍ମୀରରେ ଗୁରୁବାରଠାରୁ ଲେଖା ହେଲା ଇତିହାସ। ଏଠାକାର ‘ରେଡିଓ କଶ୍ମୀର’ ଏବେ ବଦଳି ଯାଇ ଅଲ୍‌ ଇଣ୍ଡିଆ ରେଡିଓ ବା ଆକାଶବାଣୀ ବୋଲି ଉପସ୍ଥାପନା କରାଯାଇଛି। ଏହା କେନ୍ଦ୍ର ଶାସିତ ଅଞ୍ଚଳ ହେବା ପରେ ଏଠାରେ ପ୍ରଥମ କରି ଉପରାଜ୍ୟପାଳଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି। ଅନୁଚ୍ଛେଦନ ୩୭୦ ଉଚ୍ଛେଦ ପରେ ଏଠାରେ ଅନେକ ପରିବର୍ତ୍ତନ କରାଯାଇଥିବା ସୂଚନା ରହିଛି। ଏବେ ଘାଟିରେ ନାମ ପରିବର୍ତ୍ତନ କରାଯାଇ ଅଲ୍‌ ଇଣ୍ଡିଆ ରେଡିଓ ଜମ୍ମୁ, ଅଲ୍‌ ଇଣ୍ଡିଆ ରେଡିଓ ଶ୍ରୀନଗର ଓ ଅଲ୍‌ ଇଣ୍ଡିଆ ରେଡିଓ ଲେହ କରାଯାଇଛି। ତେବେ ରେଡିଓ କଶ୍ମୀର ପୂର୍ବରୁ ପ୍ରସାର ଭାରତୀ ଅଧିନରେ ଥିବା ବେଳେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏହାର କାର୍ଯ୍ୟକ୍ରମକୁ ନେଇ ସମସ୍ତ ନିର୍ଣ୍ଣୟ ନେଉଥିଲା।

Share