ରେଡିମେଡ୍‌ ପୋଷାକ ଟ୍ରାଏଲ୍‌ କରିପାରିବେନି ଗ୍ରାହକ: ପୋଷାକକୁ କରାଯିବ କ୍ୱାରାଣ୍ଟାଇନ

ଇନ୍ଦୋର,୨୮।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଆର୍ଥିକ ସ୍ଥିତିରେ ସୁଧାର ଅଣାଯିବା ଲାଗି ଧୀରେଧୀରେ ବିଭିନ୍ନ ବ୍ୟବସାୟିକ ସଂସ୍ଥା ଖୋଲିବା ଉପରେ ସସର୍ତ୍ତ କୋହଳ ବ୍ୟବସ୍ଥା ଲାଗୁ କରାଯାଇଛି। ମଧ୍ୟପ୍ରଦେଶ ଇନ୍ଦୋରରେ ରେଡିମେଡ୍‌ ପୋଷାକ ବିକ୍ରେତାମାନେ ଏବେ ଗ୍ରାହକଙ୍କ ପାଇଁ ନୂଆ କଟକଣା ଜାରି କରିବାକୁ ଯାଉଛନ୍ତି। ରେଡିମେଡ୍‌ ପୋଷାକ କିଣିବା ସମୟରେ ଏହାର ଟ୍ରାଏଲ୍‌ ଲାଗି ଅନୁମତି ଏବେ ଆଉ ମିଳିବନି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗ୍ରାହକ ଟ୍ରାଏଲ୍‌ ‌ କରିଥିବା ପୋଷାକକୁ ଅଲଗା ବାକ୍ସ୍‌ରେ କ୍ୱାରାଣ୍ଟାଇନ୍‌ରେ ରଖାଯିବାର ବ୍ୟବସ୍ଥା କରାଯାଇଛି। ପରେ ଏହାକୁ ୭୨ ଘଣ୍ଟାପରେ ଅଲ୍ଟା ଭାଓଲେଟ୍‌ ଆଲୋକରେ ରଖାଯିବ। ଏହାପରେ ଷ୍ଟ୍ରିମ୍‌ ପ୍ରେସ କରାଯାଇ ଶୋରୁମ୍‌କୁ ଫେରାଇ ଅଣାଯିବ। ଯାହାଦ୍ୱାରା କରୋନା ସଂକ୍ରମଣର ଆଶଙ୍କା ରହିବ ନାହିଁ।

Share