ରେଡ୍‌ଜୋନ୍‌ରେ ବିଏମ୍‌ସି

ଭୁବନେଶ୍ୱର,୩।୫: କରୋନା ସଂକ୍ରମଣ ଆଧାରରେ ଭୁବନେଶ୍ୱର ମ୍ୟୁନିସପାଲ କର୍ପୋରେଶନ(ବିଏମ୍‌ସି)କୁ ରେଡ୍‌ଜୋନ୍‌ରେ ସ୍ଥାନୀତ କରାଯାଇଛି। ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକା ଅନୁସାରେ ରାଜ୍ୟ ସରକାର କରୋନା ସଂକ୍ରମଣ ଅନୁସାରେ ବିଭିନ୍ନ ଜିଲାକୁ ରେଡ୍‌ଜୋନ୍‌, ଅରେଞ୍ଜଜୋନ୍‌ ଏବଂ ଗ୍ରୀନ୍‌ଜୋନ୍‌ ଭାବେ ବର୍ଗୀକୃତ କରିଛନ୍ତି। ରାଜ୍ୟର ରେଡ୍‌ଜୋନ୍‌ରେ ବିଏମ୍‌ସି ସହିତ ଭଦ୍ରକ, ବାଲେଶ୍ୱର ଏବଂ ଜୟପୁର ଜିଲାକୁ ସାମିଲ୍‌ କରାଯାଇଛି। ସେହିଭଳି ଅରେଞ୍ଜ୍‌ ଜୋନ୍‌ରେ ବିଏମ୍‌ସିକୁ ଛାଡ଼ି ଖୋର୍ଦ୍ଧାର ଅନ୍ୟ ଅଞ୍ଚଳ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କୋରାପୁଟ, କେନ୍ଦୁଝର, ଦେଓଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ଢେଙ୍କାନାଳ, କଳାହାଣ୍ଡି ଏବଂ ଗଞ୍ଜାମ ଆଦି ଜିଲା ରହିଛନ୍ତି। ଅପରପକ୍ଷରେ ଗ୍ରୀନ୍‌ଜୋନ୍‌ରେ ୧୬ ଟି ଜିଲାକୁ ସ୍ଥାନୀତ କରାଯାଇଛି। ସେଥିମଧ୍ୟରେ ଅନୁଗୋଳ, ବରଗଡ଼, ବୌଦ୍ଧ, ସମ୍ବଲପୁର, ଗଜପତି, ଜଗତସିଂହପୁର, କନ୍ଧମାଳ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ା, ସୋନପୁର, କଟକ ଏବଂ ପୁରୀ ଜିଲା ରହିଛନ୍ତି। ମେ ୪ଠାରୁ ଏଭଳି ବର୍ଗୀକରଣ ଜାରି ରହିବ ବୋଲି କୁହାଯାଇଛି।

Share