ରେଡ୍‌ କାର୍ପେଟ୍‌ରେ କ୍ୟାଟ୍ରିନାଙ୍କ ହଟ୍‌ ଲୁକ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଆଜିକାଲି ଅପ୍‌କମିଂ ଫିଲ୍ମ ‘ସୂର୍ଯ୍ୟବଂଶୀ’କୁ ନେଇ ଚର୍ଚ୍ଚାରେ ରହୁଛନ୍ତି। ଏବେ କ୍ୟାଟ୍‌ଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କ୍ୟାଟ୍‌ ଜବରଦସ୍ତ ଚାଲୁଥିବା ଦେଖିବାକୁ ମିଳୁଛି। କ୍ୟାଟ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ କ୍ୟାଟ୍‌ ଏକ ରେଡ୍‌ କଲର ଡ୍ରେସ୍‌ ପିନ୍ଧିଥିବା ବେଳେ ରେଡ୍‌ କାର୍ପେଟ୍‌ ଉପରେ ଚାଲୁଥିବା ଦେଖିବାକୁ ମିଳିଛି। ଏହି ଡ୍ରେସ୍‌ରେ କ୍ୟାଟ୍‌ ଖୁବ୍‌ ହଟ୍‌ ଦିଶୁଛନ୍ତି। କ୍ୟାଟ୍ରିନା ସିଡ଼ିରୁ ଓହ୍ଲାଇ ରେଡ୍‌ କାର୍ପେଟ୍‌ରେ ଚାଲୁଥିବା ସୟମରେ ସମସ୍ତ ଫଟୋଗ୍ରାଫରଙ୍କ ନଜର କ୍ୟାଟ୍ରିନାଙ୍କ ଉପରେ। ତାଙ୍କୁ ଦେଖିବା କ୍ଷଣି ଫଟୋ କ୍ଲିକ୍‌ରେ ଲାଗିପଡ଼ିଛନ୍ତି। ଏହି ଭିଡିଓଙ୍କୁ ଦର୍ଶକ ବେଶ୍‌ ପ୍ରଂଶସା କରିଛନ୍ତି। ଭିଡିଓ ଶେୟାର କରି କ୍ୟାଟ୍‌ ବି କ୍ୟାପଶନ୍‌ ଲେଖିଛନ୍ତି, ରେଡ୍‌ କାର୍ପେଟ୍‌ ମୋର ବହୁ ପସନ୍ଦ।

Share