ଲକ୍ଷ୍ନୌ,୧୯।୫: ଉତ୍ତରପ୍ରଦେଶ ସୋନଭଦ୍ର ଜିଲାର ୪୮୧ ବୁଥ୍ରେ ଭୋଟର ରେଡ୍ କାର୍ପେଟ୍ରେ ଚାଲି ରାଜକୀୟ ମର୍ଯ୍ୟାଦାରେ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ଏଠାରେ ଥିବା ସ୍ବେଚ୍ଛାସେବୀ ଭୋଟରଙ୍କୁ ମତଦାନ କେନ୍ଦ୍ରକୁ ପାଛୋଟି ନେଇ ଚେୟାରରେ ବସାଇ ପାନୀୟ ପିଇବାକୁ ଦେଇଛନ୍ତି। ପରେ ନମ୍ବର କ୍ରମରେ ଭୋଟରମାନେ ଭୋଟ ଦେଇଛନ୍ତି। ଏହି ବୁଥ୍କୁ ବିବାହ ମଣ୍ଡପ ଭଳି ସଜ୍ଜା ଯାଇଛି। ମତଦାନ ପରେ ଭୋଟରଙ୍କୁ ଗେଟ୍ ପର୍ଯ୍ୟନ୍ତ ଛାଡିବାକୁ ସ୍ବେଚ୍ଛାସେବୀମାନେ ଆସି ବିନମ୍ର ଭାବେ ବିଦାୟ ଜଣାଇଛନ୍ତି।