Categories: ଜାତୀୟ

ରେଡ୍‌ କାର୍ପେଟ୍‌ରେ ଚାଲି ରାଜକୀୟ ମର୍ଯ୍ୟାଦାରେ ମତଦାନ କଲେ ଭୋଟର: ଗୋଲାପ ଫୁଲରେ କରାଗଲା ସ୍ବାଗତ

ସୋନିପତ୍‌,୨୧।୧୦: ହରିୟାଣା ବିଧାନସଭା ନିର୍ବାଚନରେ ସୋନିପତ୍‌ର ଲିଟିଲ୍‌ ଏଞ୍ଜେଲ୍‌ ସ୍କୁଲର ୧୦୮ ଏବଂ ୧୦୯ ନମ୍ବର ମଡେଲ୍‌ ପୋଲିଂ ବୁଥ୍‌ରେ ଭୋଟର ରେଡ୍‌ କାର୍ପେଟ୍‌ରେ ଚାଲି ରାଜକୀୟ ମର୍ଯ୍ୟାଦାରେ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ଏଠାରେ ଥିବା ସ୍କୁଲ ଶିକ୍ଷାର୍ଥୀ ଭୋଟରଙ୍କୁ ମତଦାନ କେନ୍ଦ୍ରକୁ ପାଛୋଟି ନେଇ ମୁଣ୍ଡରେ ତିଳକ ଲଗାଇ ଗୋଲାପ ଫୁଲ ଦେଇ ସ୍ବାଗତ କରିଥିଲେ। ଭୋଟରଙ୍କୁ ଚେୟାରରେ ବସାଇ ପାନୀୟ ପିଇବାକୁ ଦେଇଥିଲେ। ପରେ ନମ୍ବର କ୍ରମରେ ଭୋଟରମାନେ ଭୋଟ ଦେଇଥିଲେ। ଏହି ବୁଥ୍‌ରେ ସାଉଣ୍ଡ୍‌ ମ୍ୟୁଜିକ୍‌ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବୁଥ୍‌ରେ ଦେଶଭକ୍ତି ଗୀତର ରେକର୍ଡ ବଜାଯାଇଥିଲା। ମତଦାନ ପରେ ଭୋଟରଙ୍କୁ ଗେଟ୍‌ ପର୍ଯ୍ୟନ୍ତ ଛାଡିବାକୁ ଶିକ୍ଷାର୍ଥୀମାନେ ଆସି ବିନମ୍ର ଭାବେ ବିଦାୟ ଜଣାଇଥିଲେ।

Share