ରେଡ୍‌ ଲାଇଟ୍‌ ଏରିଆ ବନ୍ଦ ହେଲେ: ରୋକିହେବ ୭୨% ସଂକ୍ରମଣ

ଓ୍ବାଶିଂଟନ,୧୯ା୫: ଭାରତରେ କରୋନା ଭାଇରସ୍‌ର ପ୍ରକୋପ ଧୀରେ ଧୀରେ ବଢ଼ିବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଟପିବାକୁ ବସିଲାଣି। ସଂକ୍ରମଣ ଭୟ ବୃଦ୍ଧି ପାଉଥିବାବେଳେ ଏହାକୁ ପ୍ରତିହତ କରିବା ପାଇଁ ଗତ ମାର୍ଚ୍ଚ ୨୫ ତାରିଖରୁ ୪ଟି ପର୍ଯ୍ୟାୟରେ ଦେଶରେ ମେ ୩୧ ଯାଏ ଲକ୍‌ଡାଉନ୍‌ ଜାରି କରାଯାଇଛି। ବିଭିନ୍ନ ପ୍ରକାର ଆର୍ଥିକ ଦୁର୍ଦ୍ଦଶାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌କୁ କୋହଳ ଏବଂ ହଟାଇବାକୁ ଦାବି କରାଯାଉଛି। ଏଭଳିସ୍ଥଳେ ଲକ୍‌ଡାଉନ୍‌ ଅବଧି ପରେ ଏବଂ କୋଭିଡ୍‌-୧୯ ଟିକା ବିକଶିତ ନ ହେବା ଯାଏ ଯଦି ଭାରତର ସମସ୍ତ ରେଡ୍‌ ଲାଇଟ୍‌ ଏରିଆକୁ ବନ୍ଦ ରଖାଯାଏ ତା’ହେଲେ ୭୨% ନୂଆ ସଂକ୍ରମଣ ମାମଲାକୁ ରୋକାଯାଇପାରିବ ବୋଲି ଆମେରିକାର ବୈଜ୍ଞାନିକମାନେ କହିଛନ୍ତି।
ମଡେଲିଂ ଷ୍ଟଡିଜ୍‌କୁ ଆଧାରକରି ଆମେରିକାର ୟେଲ୍‌ ସ୍କୁଲ ଅଫ୍‌ ମେଡିସିନର ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ଯୌନ କାର୍ଯ୍ୟସ୍ଥଳଗୁଡ଼ିକୁ ବନ୍ଦ କରାଯିବା ଦ୍ୱାରା ଭାରତୀୟମାନଙ୍କୁ କରୋନା ବିପଦ ବହୁତ କମ୍‌ ରହିବ ଏବଂ ଦେଶରେ ଆନୁମାନିକ କରୋନା ମୃତ୍ୟୁସଂଖ୍ୟା ୬୩% ହ୍ରାସ ହୋଇପାରେ। ଭାରତ ସରକାର ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କୁ ଏ ସମ୍ପର୍କରେ ବୈଜ୍ଞାନିକମାନେ ଜଣାଇବା ସହ ଦେଶକୁ ଲକ୍‌ଡାଉନ୍‌ ମୁକ୍ତ କରାଗଲେ ମଧ୍ୟ ସମସ୍ତ ରେଡ୍‌ ଲାଇଟ୍‌ ଏରିଆକୁ ବନ୍ଦ ରଖିବାକୁ ପରାମର୍ଶ ଦେଇଛନ୍ତି। ଜାତୀୟ ଏଡ୍ସ ନିୟନ୍ତ୍ରଣ ସଂଗଠନ(ଏନ୍‌ଏସିଓ) ଅନୁଯାୟୀ, ଭାରତରେ ପ୍ରାୟ ୬ ଲକ୍ଷ ୩୭ ହଜାର ୫୦୦ ଯୌନକର୍ମୀ ଅଛନ୍ତି ଏବଂ ୫ ଲକ୍ଷରୁ ଊର୍ଦ୍ଧ୍ୱ ଗ୍ରାହକ ଦୈନିକ ରେଡ୍‌ ଲାଇଟ୍‌ ଏରିଆ ପରିଦର୍ଶନ କରନ୍ତି ବୋଲି ବୈଜ୍ଞାନିକମାନେ କହିଛନ୍ତି। ସେମାନଙ୍କ ଅଧ୍ୟୟନରେ କୁହାଯାଇଛି ଯେ, ରେଡ୍‌ ଲାଇଟ୍‌ ଏରିଆ ସ୍ବାଭାବିକ ରହିଲେ କରୋନା ସଂକ୍ରମଣ ଅତି ଶୀଘ୍ର ବ୍ୟାପିଯିବ। ବହୁ ଯୌନକର୍ମୀ ଏବଂ ଗ୍ରାହକ ସଂକ୍ରମିତ ହେବେ। କାରଣ ଯୌନ ସମ୍ବନ୍ଧରେ ସାମାଜିକ ଦୂରତା ସମ୍ଭବ ନୁହେଁ। ଫଳସ୍ବରୂପ ସଂକ୍ରମିତ ଗ୍ରାହକମାନଙ୍କ ଦ୍ୱାରା ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହୋଇପାରନ୍ତି ବୋଲି ବୈଜ୍ଞାନିକମାନେ ଚେତାଇ ଦେଇଛନ୍ତି। ରେଡ୍‌ ଲାଇଟ୍‌ ଏରିଆ କରୋନା ସଂକ୍ରମଣର ହଟ୍‌ସ୍ପଟ୍‌ ହୋଇପାରେ, ଯାହା ଲକ୍‌ଡାଉନ୍‌ ଶେଷ ହେବା ପରେ ରୋଗ ବିସ୍ତାର କରିବାର ପ୍ରମୁଖ କାରଣ ସାଜିପାରେ ସେମାନେ କହିଛନ୍ତି। ଦେଶର ୫ ସହର ତଥା ନୂଆଦିଲ୍ଲୀ, ମୁମ୍ବାଇ, ପୁଣେ, କୋଲକାତା ଓ ନାଗପୁରର ରେଡ୍‌ ଲାଇଟ୍‌ ଏରିଆକୁ ନେଇ ବୈଜ୍ଞାନିକମାନେ ଅଧ୍ୟୟନ କରିଛନ୍ତି। ଏହି ସବୁ ରେଡ୍‌ ଲାଇଟ୍‌ ଏରିଆ ହେଉଛି ଦେଶରେ ବଡ଼ ଏବଂ ଏଠାରେ ବହୁସଂଖ୍ୟାରେ ଯୌନକର୍ମୀ ରହୁଛନ୍ତି। ଏଗୁଡ଼ିକୁ ବନ୍ଦ ରଖାଗଲେ କରୋନା ମାମଲା ଶିଖରରେ ପହଞ୍ଚତ୍ବା ପାଇଁ କେତେ ବିଳମ୍ବ ଘଟିବ ଏବଂ କେତେ ନୂଆ ମାମଲା ହ୍ରାସ ହେବ ତାହାର ଏକ ରିପୋର୍ଟ ସେମାନେ ପ୍ରସ୍ତୁତ କରିଛନ୍ତି। ତଦନୁଯାୟୀ ମୁମ୍ବାଇରେ ୧୨ ଦିନ, ନୂଆଦିଲ୍ଲୀରେ ୧୭ ଦିନ, ପୁଣେରେ ୨୯ ଦିନ, ନାଗପୁରରେ ୩୦ ଏବଂ କୋଲକାତାରେ ୩୬ ଦିନ ବିଳମ୍ବ ହୋଇପାରେ। ସେହିପରି ମୁମ୍ବାଇରେ ଏକ ପଞ୍ଚମାଂଶ, ପୁଣେରେ ୨୭%, ନୂଆଦିଲ୍ଲୀରେ ୩୧%, ନାଗପୁରରେ ୫୬% ଏବଂ କୋଲକାତାରେ ୬୬% ନୂଆ ମାମଲା ୪୫ ଦିନ ମଧ୍ୟରେ ହ୍ରାସ ପାଇପାରେ।
ୟେଲ୍‌ ସ୍କୁଲ ଅଫ ମେଡିସିନ୍‌ର ବାୟୋଷ୍ଟାଟିଷ୍ଟିକ ପ୍ରଫେସର ଜେଫେରୀ ଟାଉନ୍‌ସେଣ୍ଡ କହିଛନ୍ତି ଯେ, ରେଡ୍‌ ଲାଇଟ୍‌ ଏରିଆ ବନ୍ଦ ହେବାର ଏକ ଦୃଢ଼ ପ୍ରଭାବ ରହିଥିବା ଆମ ଅନୁସନ୍ଧାନରୁ ଜଣାପଡିଛି। ସେ ଅଷ୍ଟ୍ରେଲିଆ, ଜର୍ମାନୀ ଏବଂ ନେଦରଲ୍ୟାଣ୍ଡ୍ସର ଉଦାହରଣ ଦେଇ କହିଛନ୍ତି ଯେ, ସେହି ଦେଶଗୁଡ଼ିରେ ନାଗରିକମାନଙ୍କୁ ସୁରକ୍ଷା ଦେବା ପାଇଁ ବେଶ୍ୟା ବୃତ୍ତିକୁ ବନ୍ଦ କରାଯାଇଛି। ଅନ୍ୟପକ୍ଷରେ ଠିକ୍‌ ସମୟରେ ଜାପାନରେ ରେଡ୍‌ ଲାଇଟ୍‌ ଏରିଆ ବନ୍ଦ ନ ହେବାରୁ କରୋନା ସଂକ୍ରମଣ ମାମଲା ଦ୍ରୁତଗତିରେ ବୃଦ୍ଧିପାଇଥିଲା। ଫଳରେ ସ୍ଥାନୀୟ ହସ୍ପିଟାଲଗୁଡ଼ିକ ଉପରେ ଅଧିକ ଚାପ ପଡ଼ିଥିଲା। ଏହି ଅନୁସନ୍ଧାନରେ ଭାଗ ନେଇଥିବା ହାର୍ଭାର୍ଡ ମେଡିକାଲ ସ୍କୁଲର ବୈଜ୍ଞାନିକ ସୁଧାକର ନୁଟି କହିଛନ୍ତି ଯେ, କରୋନା ମାମଲା ଶିଖରରେ ପହଞ୍ଚତ୍ବା ଯେତେ ବିଳମ୍ବ ହେବ ଚିକିତ୍ସା ବ୍ୟବସ୍ଥା ଉପରୁ ଚାପର ପରିମାଣ ସେତେ ହ୍ରାସ ହେବ। ତାହା ଜୀବନ ବଞ୍ଚାଇବାରେ ମଧ୍ୟ ସହାୟକ ହୋଇପାରିବ ବୋଲି ସୁଧାକର କହିଛନ୍ତି। ବୈଜ୍ଞାନିକମାନେ କେବଳ ଯୌନକର୍ମୀ, ଗ୍ରାହକ ଓ ନାଗରିକଙ୍କ ଜୀବନ ବଞ୍ଚାଇବା ପାଇଁ ଏଭଳି ପରାମର୍ଶ ଦେଇନାହାନ୍ତି। ଯୌନ କର୍ମୀଙ୍କୁ ଉପଯୁକ୍ତ ଥଇଥାନ ସ୍ବରୂପ ଅନ୍ୟ ବୃତ୍ତିରେ ନିୟୋଜିତ କରିବା, ଆର୍ଥିକ ସହାୟତା ଯୋଗାଇଦେବାକୁ ମଧ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରୁ ସଫା ହେବେ ହିନ୍ଦୁ! ସମ୍ବିଧାନରୁ ସେକ୍ୟୁଲାର ଶବ୍ଦ ହଟାଇବାକୁ ପ୍ରସ୍ତୁତି

ଢାକା,୧୬।୧୧: ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି ଅତ୍ୟାଚାର ଚରମ ସୀମାରେ ପହଞ୍ଚିଛି। ବର୍ତ୍ତମାନ ବାଂଲାଦେଶରେ ଏହିପରି କିଛି ଘଟିବାକୁ ଯାଉଛି ଯାହା ବଖାଣୁଛି ଯେ ହିନ୍ଦୁମାନଙ୍କ ଦ...

ଘୋଷଣା ହେଲା ୩ ଦିନିଆ ଲକଡାଉନ, ସ୍କୁଲ, କମ୍ପାନୀ, ବଜାର, ମଲ ସବୁ ବନ୍ଦ

ଇସଲାମାବାଦ,୧୬।୧୧: ପାକିସ୍ତାନର ଏକ ଅଂଶ ଥିବା ପଞ୍ଜାବ ଏବେ ବାୟୁ ପ୍ରଦୂଷଣରେ ପୀଡିତ। ପ୍ରଦୂଷଣର ଅବସ୍ଥା ଏପରି ଯେ ଏଠାରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ଦିନକୁ...

ଧର୍ମଘଟରେ ବସିଲେ ୫୫ ହଜାର ଡାକ କର୍ମଚାରୀ, ପୋଷ୍ଟାଲ ସେବା ବାଧାପ୍ରାପ୍ତ

ଓଟାଓ୍ବା,୧୬।୧୧: କାନାଡା ପୋଷ୍ଟ କହିଛି ଜାତୀୟ ଧର୍ମଘଟ ସମୟରେ ବନ୍ଦ ରହିବ। ଏହା ସମଗ୍ର ଦେଶରେ ଲକ୍ଷ ଲକ୍ଷ କାନାଡିୟ ନାଗରିକ ଏବଂ ବ୍ୟବସାୟ ଉପରେ...

ପାକିସ୍ତାନରେ ୩ମାସ ପର୍ଯ୍ୟନ୍ତ ବାଜିବ ନାହିଁ ବ୍ୟାଣ୍ଡବାଜା, ଶହନାଇ, ଜାଣନ୍ତୁ ଏହାର କାରଣ

ଇସଲାମାବାଦ,୧୬।୧୧: ପାକିସ୍ତାନର ଜଳବାୟୁ ଖରାପ ହେବା ଫଳରେ ଲୋକଙ୍କ ଜୀବନ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହେଉଛି। ବାୟୁ ପ୍ରଦୂଷଣ ବୃଦ୍ଧି ହେତୁ ପଞ୍ଜାବ ପ୍ରଦେଶ ଏକ...

ବିଗୁଡୁଛି ପାକିସ୍ତାନର ସ୍ଥିତି: ସ୍କୁଲ ବନ୍ଦ, ୩ ଦିନ ଲକଡାଉନ

ଇସଲାମାବାଦ,୧୬।୧୧: ଆଜିକାଲି ପାକିସ୍ତାନର ପଞ୍ଜାବ ପ୍ରଦେଶ ସ୍ଥତି ବାୟୁ ପ୍ରଦୂଷଣରେ ବିଗିଡିଯାଇଛି। କ୍ରମାଗତ ଭାବରେ ବଢୁଥିବା ବାୟୁ ଗୁଣବତ୍ତା ସୂଚକ (AQI)କୁ ଦୃଷ୍ଟିରେ ରଖି ପଞ୍ଜାବ...

୯୦% ମହୁରେ ଚିନିଶିରା ଭଳି ସିରପ୍‌

ଲଣ୍ଡନ,୧୬ା୧୧: ସୁପରମାର୍କେଟଗୁଡ଼ିକରେ ବିକ୍ରି ହେଉଥିବା ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ମହୁ ଭେଜାଲ। ସେଥିରେ ଚିନିଶିରା ଭଳି ଶସ୍ତା ସିରପ୍‌ ମିଶାଯାଉଛି, ଯାହା ପ୍ରକୃତିର ଅମୃତକୁ ନକଲି...

ଶାରୀରିକ ସମ୍ପର୍କ ରଖିବାକୁ ଓବାମାଙ୍କ ଘରକୁ ନିଜ ପ୍ରେମିକାଙ୍କୁ ଆଣିଥିଲେ ସୁରକ୍ଷାକର୍ମୀ, ବାଥ୍‌ରୁମ୍‌ରେ…

ଓ୍ବାଶିଂଟନ୍‌,୧୫।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ନେଇ ଆସିଛି ବଡ଼ ଖବର। ତାଙ୍କ ସୁରକ୍ଷାରେ ନିୟୋଜିତ ହୋଇଥିବା ଜଣେ ସିକ୍ରେଟ ସର୍ଭିସ ଏଜେଣ୍ଟଙ୍କ ସାଂଘାତିକ...

ବିବାହବେଳେ ପାକିସ୍ତାନରେ କେତେ ଯୌତୁକ ଦିଆଯାଏ? ଅଧିକ ଡିମାଣ୍ଡ କଲେ…

ଇସଲାମବାଦ,୧୫।୧୧: ଭାରତରେ ଯୌତୁକ ନେବା ଏବଂ ଦେବା ବେଆଇନ, ତଥାପି ଏହି ପ୍ରଥା ଅଧିକାଂଶ ସ୍ଥାନରେ ଜାରି ରହିଛି। ସେହିପରି ପଡୋଶୀ ଦେଶ ପାକିସ୍ତାନର ଅବସ୍ଥା...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri