Categories: ଫୁରସତ

ରେଡ୍‌ ଲେଡି : କେଶଠାରୁ ଆରମ୍ଭ କରି ସମସ୍ତ ଆସବାବପତ୍ର ବି ଲାଲ୍‌ ରଙ୍ଗର

ଜୋରିକା ରିବରନିକ୍‌ଙ୍କୁ ବୋସନିଆର ଲୋକେ ରେଡ୍‌ ଲେଡି ନାମରେ ଜାଣନ୍ତି। କାରଣ ତାଙ୍କ କେଶଠାରୁ ଆରମ୍ଭ କରି ପୋଷାକ ଏପରିକି ଘରର ସମସ୍ତ ଆସବାବପତ୍ର ବି ଲାଲ୍‌ ରଙ୍ଗର। ଜୋରିକାଙ୍କୁ ଲାଲ୍‌ ରଙ୍ଗ ବହୁ ପସନ୍ଦ। ସେ ଚାହାନ୍ତି ତାଙ୍କର ଆଖପାଖ ସବୁ ଜିନିଷ ଲାଲ୍‌ ଦିଶୁ। ଲୋକଙ୍କ ଅନ୍ତିମ ସଂସ୍କାର ସମୟରେ ବି ସେ ଲାଲ୍‌ ରଙ୍ଗର ପୋଷାକ ପିନ୍ଧି ଯାଇଥାନ୍ତି।

୬୭ ବର୍ଷୀୟା ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଜୋରିକା କୁହନ୍ତି, ଯେତେବେଳେ ତାଙ୍କୁ ୧୮ ବର୍ଷ ହୋଇଥିଲା। ସେତେବେଳେ ସେ ଲାଲ୍‌ ରଙ୍ଗର ଏକ ଡ୍ରେସ ପିନ୍ଧିଥିଲେ। ଏହି ଡ୍ରେସ୍‌ ତାଙ୍କର ଏମିତି ପସନ୍ଦ ଆସିଥିଲା ସେହିଦିନଠାରୁ ସେ ଲାଲ୍‌ ରଙ୍ଗର ଡ୍ରେସ୍‌ ପିନ୍ଧିବା ଆରମ୍ଭ କଲେ। ଧୀରେ ଧୀରେ ଲାଲ୍‌ ରଙ୍ଗ ପ୍ରତି ତାଙ୍କର ଏତେ ଦୁର୍ବତଳା ବଢ଼ିଗଲା ଯେ ଘରର କପ୍‌, ପ୍ଲେଟ୍‌ ବେଡ୍‌ସିଟ୍‌, ସୋଫା, ଜୋତା, ପର୍ସ ଇତ୍ୟାଦି ଲାଲ୍‌ରଙ୍ଗର ବ୍ୟବହାର କରୁଛନ୍ତି। ମୁଣ୍ଡର କେଶକୁ ମଧ୍ୟ ଲାଲ୍‌ ରଙ୍ଗ କରିଛନ୍ତି। କେବଳ ଓ୍ବାଟର ହିଟରକୁ ଛାଡ଼ି ସମସ୍ତ ଆସବାବପତ୍ର ଲାଲ୍‌ରରଙ୍ଗର।

ଜୋରିକା ଲାଲ୍‌ ରଙ୍ଗ ପାଇଁ ଏତେ ପ୍ରସିଦ୍ଧି ଲାଭ କଲେ ସମେସ୍ତ ତାଙ୍କୁ ସେଲିବ୍ରିଟି ଭାବରେ ଗ୍ରହଣ କରିନେଲେ। ଗତ ୪୦ ବର୍ଷ ଧରି ସେ ଏପରି ଲାଲ୍‌ ରଙ୍ଗ ବ୍ୟବହାର କରିଆସୁଛନ୍ତି। ସେ କୁହନ୍ତି, ମୋତେ କ’ଣ ପାଇଁ ଲାଲ୍‌ ରଙ୍ଗ ପସନ୍ଦ ମୁଁ ନିଜେ ମଧ୍ୟ ଜାଣିନି। ଜୋରିକା ଘରେ ଲଗାଇଥିବା ଲାଲ୍‌ ରଙ୍ଗର ପଥର ଭାରତରୁ ମଗାଇଥିଲେ।

Share