ରେଢ଼ାଖୋଲ ବନଖଣ୍ଡରେ ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର

ରେଢ଼ାଖୋଲ,୨୩।୧୦(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ରେଢ଼ାଖୋଲ ବନଖଣ୍ଡର ବଡ଼ମାଳ ରେଞ୍ଜ ଅଧୀନ ଭାଲିଆକଟା ପଞ୍ଚାୟତର ବଡ଼ବପାଟି ଗ୍ରାମ୍ୟ ଜଙ୍ଗଲରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ବନବିଭାଗ ଉକ୍ତ ଗ୍ରାମ ଏକ ନାଳରୁ ହାତୀର ଗଳିତ ମୃତଦେହ ଠାବ କରିଛି। ମଙ୍ଗଳବାର ଦୁର୍ଗନ୍ଧହେବାରୁ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ମୃତ ହାତୀକୁ ଦେଖିଥିଲେ। ପରେ ବନବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା। ବୁଧବାର ଓଡ୍ରାଫଟିମ୍‌ ଓ ବନବିଭାଗ କର୍ମଚାରୀ ମୃତଦେହ ବ୍ୟବଚ୍ଛେଦ ଲାଗି ପଠାଇଛନ୍ତି। ହାତୀର ବୟସ ପ୍ରାୟ ୨ / ୩ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।

Share