Categories: ବାଣିଜ୍ୟ

ରେନୋ ପକ୍ଷରୁ ଶୀତକାଳୀନ ସର୍ଭିସ କ୍ୟାମ୍ପ ଘୋଷଣା

ଭୁବନେଶ୍ୱର,୨୩-୧୧: ପ୍ରମୁଖ ଯାନ ନିର୍ମାତା କମ୍ପାନୀ ରେନୋ ଇଣ୍ଡିଆ ପକ୍ଷରୁ ଶୀତକାଳୀନ ସର୍ଭିସ କ୍ୟାମ୍ପ ସମ୍ପର୍କରେ ଘୋଷଣା କରାଯାଇଛି। ଚଳିତ ମାସ ୨୫ରୁ ଡିସେମ୍ବର ୧ ଯାଏ ସାତ ଦିନ ବ୍ୟାପି ଏହା ସାରା ଦେଶରେ ଥିବା କମ୍ପାନୀର ୪୫୦ ସର୍ଭିସ ଫାସିଲିଟି ଗଡିକରେ ଅନୁଷ୍ଠିତ ହେବ। ଏହି ସମୟରେ ଗ୍ରାହକମାାନ ସେମାନଙ୍କ କାର୍‌ ଚେକ୍‌ କରାଇବାକୁ ସୁବିଧା ପାଇ ପାରିବେ। ଏହା ବାବ କମ୍ପାନୀ ବିଭିନ୍ନ ଗ୍ରାହକ ସମ୍ପର୍କ ଅଭିଯାନ ମାନ ଏହି ସମୟରେ ଆୟୋଜନ କରାଇବାକୁ ନିଷ୍ପତ୍ତି ନେଇଛି। ସ୍ପେୟାରପାର୍ଟସ,ଲେବର ଚାର୍ଜ ଏବଂ ଆସେସୋରିଜ ଉପରେ ଏହି ସମୟରେ ଗ୍ରାହକଙ୍କ ଲାଗି ବିଭିନ୍ନ ଅଫର ସୁବିଧା କରାଯାଇଛି। ଲୋକମାନେ ତାଲିମ ପ୍ରାପ୍ତ ସର୍ଭିସ ଟେକ୍ନିସିଆନଙ୍କ ଦ୍ୱାରା ବିଭିନ୍ନ ସେବା ଲାଭ କରିପାରିବେ। ବଛାବଛା ଆସେସୋରିଜ ଉପରେ ୫୦% ପର୍ଯ୍ୟନ୍ତ ରିହାତି ରହିଛି। କେତେକ ପାର୍ଟସ ଉପରେ ୧୦% ଆକର୍ଷଣୀୟ ରିହାତି, ଲେବର ଚାର୍ଜ ଏବଂ ଅନ୍ୟ ଭାଲ୍ୟୁ ସଂଯୋଗ ସେବା ଉପରେ ୧୫% ରିହାତି, ରେନୋ ସିକ୍ୟୁର ଉପରେ ୧୦% ରିହାତି ଏହି ସମୟରେ ଗ୍ରାହକ ଲାଭ କରିପାରିବେ।

Share