Categories: ବାଣିଜ୍ୟ

ରେନୋ ଭୁବନେଶ୍ୱରରେ ଶୋ’ରୁମରେ ନୂଆ ‘ଡଷ୍ଟର’ ମଡେଲର ବଜାର ପ୍ରବେଶ

ଭୁବନେଶ୍ୱର,୧୬-୭(ବ୍ୟୁରୋ): ପ୍ରମୁଖ କମ୍ପାନୀ ରେନୋ ପକ୍ଷରୁ ନୂଆ ‘ଡଷ୍ଟର’ ମଡେଲ ଯାନର ସ୍ଥାନୀୟ ରେନୋ ଭୁବନେଶ୍ୱର ଶୋ’ରୁମରେ ବଜାର ପ୍ରବେଶ କରାଯାଇଛି। ଯାନଟିକୁ ଗର୍ଗସନ ଅଟୋମୋବାଇଲର ଏମ୍‌ଡି ସତୀଶ ଗର୍ଗ ଏବଂ ଡାଇରେକ୍ଟର ସିଦ୍ଧାର୍ଥ ଗର୍ଗ ଉନ୍ମୋଚନ କରିଥିଲେ। ରେନୋ ଡଷ୍ଟର ଏକ ଲୋକପ୍ରିୟ ଏସ୍‌ୟୁଭି ମଡେଲ ହୋଇଥିବା ବେଳେ ଏହା ସଦ୍ୟତମ ତଥା ପରିବର୍ତ୍ତିତ ରୂପରେ ବଜାରକୁ ଆସିଛି। ଯାନଟିରେ ୨୫ ଅତ୍ୟାଧୁନିକ ଫିଚର ଉପଲବ୍ଧ। ଏହାର ବାହ୍ୟ ଏବଂ ଅଭ୍ୟନ୍ତରରେ ବିଭିନ୍ନ ଅତ୍ୟାଧୁନିକ ଫିଚର ସଂଯୋଗ କରାଯାଇଛି। ସେହିଭଳି ନିରାପତ୍ତା, ଡିଜାଇନ, ଇନୋଭେସନ, ଗୁଣବତ୍ତା ଏବଂ ହାଇଟେକ୍‌ ଇନ୍‌ଫୋଟେନମେଣ୍ଟ ସୁବିଧା ଏଥିରେ ରହିଛି। ୩ ଇଞ୍ଜିନ ବିକଳ୍ପ ଏବଂ ୯ ଭାରିଆଣ୍ଟରେ ଏହା ଆସୁଛି। କାସ୍ପିଆନ ବ୍ଲୁ ସମେତ ୭ ବଡି କଲର ବିକଳ୍ପରେ ଏହା ଉପଲବ୍ଧ। ଯାନଟିର ବଜାର ଦର ୭.୯୯ ଲକ୍ଷ ଟଙ୍କାରୁ ଆରମ୍ଭ। କାର୍ଯ୍ୟକ୍ରମ ଅବସରରେ ସେଲ୍‌ସ ଏଜିଏମ୍‌ ଅମୂଲ୍ୟ ରଞ୍ଜନ ଦାସ, ସେଲସ ବିଭାଗର ସଂଗ୍ରାମ ମହାନ୍ତି, ସିର୍ଭିସ ଜିଏମ୍‌ ଦିଲିପ ରଞ୍ଜନ ଷଡଙ୍ଗୀ ଏବଂ ଏଜିଏମ୍‌ ଶୁଭ୍ରାଶୁ ଶେଖର ପାଣି ପ୍ରମୁଖ ଉପସ୍ଥିତ ଥିଲେ।

Share