ରେନ୍‌ବୋ ଫ୍ୟାଶନ

କଲରଫୁଲ୍‌ ଗେଟ୍‌ଅପ୍‌ ଯୁବପିଢିଙ୍କର ସବୁବେଳେ ପସନ୍ଦ। ଏମିତିରେ କିଛିଦିନ ହେବ ସପ୍ତରଙ୍ଗୀ ବା ରେନ୍‌ବୋ କଲର ଆଉଟଫିଟ୍‌ କଲେକ୍ସନ୍‌ ସେମାନଙ୍କ ଲାଗି ଲାଟେଷ୍ଟ ଫ୍ୟାଶନ୍‌ ଷ୍ଟେଟ୍‌ମେଣ୍ଟ ପାଲଟିଛି…ବର୍ତ୍ତମାନ ଉଭୟ ଯୁବତୀଯୁବକ ରେନ୍‌ବୋ କଲର ଡ୍ରେସ୍‌ ପିନ୍ଧୁଥିବା ଦେଖିବାକୁ ମିଳୁଛି। ଯୁବକମାନେ କାଜୁଆଲ୍‌ ଏବଂ ଟ୍ରେଣ୍ଡି ଲୁକ୍‌ ପାଇଁ ଜିନ୍ସ ସହିତ ରେନ୍‌ବୋ ଶାର୍ଟ ପିନ୍ଧୁଛନ୍ତି। – ସେହିପରି ଯୁବତୀମାନେ ଆଇକ୍ୟାଚି ଲୁକ୍‌ ପାଇଁ ବ୍ଲାକ୍‌, ହ୍ବାଇଟ୍‌, ୟେଲୋ ଭଳି ପ୍ଲେନ୍‌ କଲର କୁର୍ତ୍ତୀ ବା ଡ୍ରେସ୍‌ ସହିତ ରେନ୍‌ବୋ ଦୁପଟା ଏବଂ ଷ୍ଟୋଲ୍‌ ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି।

ଡିଜାଇନର୍‌ ସିଙ୍ଗ୍‌ଲ କଲର ଟପ୍ସ ସହିତ ରେନ୍‌ବୋ ସ୍କର୍ଟ ବର୍ତ୍ତମାନ ଖୁବ୍‌ ଡିମାଣ୍ଡରେ ଅଛି। ବିଶେଷ କରି ଲଙ୍ଗ୍‌ ଅମ୍ବ୍ରେଲା ରେନ୍‌ବୋ ସ୍କଟ୍‌ ନା କେବଳ ଦେଖିବାକୁ ଆକର୍ଷଣୀୟ ଲାଗୁଛି ବରଂ ଯେକୌଣସି କଲରର ଟପ୍ସ ସହିତ ଏହାକୁ ପେୟାର କଲେ ଫ୍ୟାଶନେବଲ୍‌ ଲାଗୁଛି।
ସେହିପରି ଡିଜାଇନର ରେନ୍‌ବୋ ଟପ୍ସ, କୁର୍ତ୍ତୀ, ଲଙ୍ଗ୍‌ ଗାଉନ୍‌, କ୍ୟାପ୍‌ ଏବଂ ଶାଢିକୁ ମଧ୍ୟ ଅନେକେ ବ୍ୟବହାର କରୁଛନ୍ତି।
କେବଳ ଡ୍ରେସ୍‌ ନୁହେଁ ବର୍ତ୍ତମାନ ରେନ୍‌ବୋ କଲର ଆସେସରିଜ୍‌ ବି ଫ୍ୟାଶନ୍‌ ଟ୍ରେଣ୍ଡ ପାଲଟିଛି। ଏଭଳି କଲର ବ୍ୟାଣ୍ଡ ଥିବା ରିଷ୍ଟଓ୍ବାଚ୍‌ ହେଉ କିମ୍ବା ବ୍ରେସ୍‌ଲେଟ୍‌ ୟୁନିସେକ୍ସ ଷ୍ଟାଇଲ୍‌ ହୋଇଛି।
ସେହିପରି ଯୁବତୀମାନେ ରେନ୍‌ବୋ କଲରର ଇୟରିଂ ହୁପ୍ସ, ନେକ୍‌ଲେସ୍‌, ଚୁଡ଼ି, ବ୍ୟାଗ୍‌, କ୍ଲଚ୍‌ ଏବଂ ଜୋତା ଆଦି ବ୍ୟବହାର କରୁଥିବା ମଧ୍ୟ ଦେଖିବାକୁ ମିଳୁଛି।