ରେନ୍‌ବୋ ଭିଲେଜ୍‌

ପୃଥିବୀରେ ଏଭଳି ଅନେକ ସ୍ଥାନ ରହିଛି, ଯାହା ଦେଖିବାକୁ ଅନ୍ୟ ସ୍ଥାନଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏବଂ ନିଆରା। ସେହିଭଳି ଏକ ସ୍ଥାନ ହେଉଛି ତାଇଓ୍ବାନର ନାନ୍‌ଟୁନ୍‌ ଜିଲାରେ ଥିବା ତାଇଚୁଙ୍ଗର ଏକ ଗାଁ। ଏହି ଗାଁ ରେନ୍‌ବୋ ଭିଲେଜ୍‌ ଭାବେ ବେଶ୍‌ ପରିଚିତ। ତାଇଓ୍ବାନକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ଏହି ଗାଁକୁ ଯିବାକୁ ଆଦୌ ଭୁଲନ୍ତି ନାହିଁ। ଏହି ଗାଁର ବିଶେଷତ୍ୱ ହେଉଛି, ଏହା ସମ୍ପୂର୍ଣ୍ଣ ଭାବେ ଚିତ୍ରିତ ହୋଇଛି ରଙ୍ଗବେରଙ୍ଗର ପେଣ୍ଟିଂରେ। ପୂର୍ବରୁ ଏହି ଗାଁ ଏକ ସାମରିକ ସ୍ଥଳୀ ଥିଲା। କାଳକ୍ରମେ ଏହା ଅବହେଳିତ ଅବସ୍ଥାରେ ପଡିରହିଲା। ତେବେ ସେହି ଗ୍ରାମରେ ବାସ କରୁଥିବା ହୁଆଙ୍ଗ- ୟଙ୍ଗ-ଫୁ ନାମକ ଜଣେ ସେନା ଅଧିକାରୀ ଏହାର ପୁନରୁଦ୍ଧାର କଥା ଚିନ୍ତା କରି ନିଜ ଘର ତଥା ଆଖପାଖ ଘରଗୁଡିକୁ ବିଭିନ୍ନ ରଙ୍ଗ ବେରଙ୍ଗର ପେଣ୍ଟିଂରେ ସଜେଇବା ଆରମ୍ଭ କଲେ। ହୁଆଙ୍ଗ- ୟଙ୍ଗଙ୍କ ଏଭଳି ଚିତ୍ରକଳାରେ ପ୍ରଭାବିତ ହୋଇ ସ୍ଥାନୀୟ ମେୟର ଏକ୍ଷେତ୍ରରେ ତାଙ୍କୁ ବିଶେଷ ଭାବେ ସହାୟତା ପ୍ରଦାନ କଲେ। ଫଳସ୍ବରୂପ ତାଇଚୁଙ୍ଗର ଏହି ଗାଁଟି ସମ୍ପୂର୍ଣ୍ଣ ଭାବେ ବିଭିନ୍ନ ପେଣ୍ଟିଂ ଦ୍ୱାରା ଚିତ୍ରିତ ହୋଇ ଏକ ନୂତନ ପରିଚୟ ଲାଭ କଲା।

Share