ରେଫ୍ରିଜରେଟେଡ୍‌ ଟ୍ରକ୍‌ରୁ ୪୧ ଦାଦନ ଶ୍ରମିକ ଉଦ୍ଧାର

ଗ୍ରୀସ୍‌,୫ା୧୧-ଗ୍ରୀସ୍‌ରେ ଏକ ରେଫ୍ରିଜରେଟେଡ୍‌ ଟ୍ରକ୍‌ରୁ ସୋମବାର ୪୧ ଜଣ ଦାଦନ ଶ୍ରମିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ପୋଲିସ ଉକ୍ତ ଟ୍ରକ୍‌ର ଡ୍ରାଇଭରଙ୍କୁ ଗିରଫ କରିଛି। ଦାଦନ ଶ୍ରମିକମାନେ ଆଫଗାନିସ୍ତାନର ମୂଳ ବାସିନ୍ଦା ବୋଲି କୁହାଯାଉଛି। ୭ ଜଣଙ୍କୁ ହସ୍ପିଟାଲ ନିଆଯାଇ ଚିକିତ୍ସା କରାଯାଇଥିଲା। ରେଫ୍ରିଜରେଟର ଅନ୍‌ ନ ଥିବାରୁ ସେମାନଙ୍କର ବିଶେଷ କ୍ଷତି ହୋଇନାହିଁ। ଇଗ୍‌ନାଟିଆ ମୋଟରଓ୍ବେରେ ପୋଲିସ ଉକ୍ତ ଟ୍ରକ୍‌କୁ ଅଟକାଇ ତଲାସି କରିବାରୁ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଥିଲା। ଗତ ମାସରେ ମଧ୍ୟ ଲଣ୍ଡନରେ ଏକ ରେଫ୍ରିଜରେଟେଡ୍‌ ଟ୍ରକ୍‌ରୁ ୩୦ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

Share