ରେଭେନ୍‌ଶାରେ ସାଧାରଣତନ୍ତ୍ର ଦିବସ,୧୫୨ ମିଟର ତ୍ରିରଙ୍ଗା ଧରି ବିଶ୍ୱବିଦ୍ୟାଳୟ ପରିକ୍ରମା କଲେ ଛାତ୍ରୀଛାତ୍ର

କଟକ ଅଫିସ, ୨୬।୧- ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଖେଳପଡ଼ିଆରେ ୭୧ତମ ସାଧାରଣତନ୍ତ୍ର ଦିବସ ରବିବାର ପାଳିତ ହୋଇଯାଇଛି। ଏଥିରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଇଶାନ କୁମାର ପାତ୍ର ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ଛାତ୍ରୀଛାତ୍ରଙ୍କୁ ସବୁବେଳେ ସକାରାତ୍ମକ ଚିନ୍ତାଧାରା ପୋଷଣ କରିବା ଆବଶ୍ୟକ। ଏହାଦ୍ୱାରା ସଫଳତା ହାସଲ କରାଯାଇପାରିବ। ଏଥିସହ ସେ ସ୍ବଚ୍ଛ ଭାରତ ଉପରେ ଗୁରୁତ୍ୱ ଦେଇଥିଲେ । ଏଥିରେ କୁଳସଚିବ ଅଶୋକ କୁମାର ଦାସ, ପ୍ରଫେସର ରିତା ପାଇକରାୟ, ପ୍ରଫେସର ସଙ୍ଗୀତା ରଥ, କ୍ରୀଡା ଅଧିକାରୀ ଅଞ୍ଜନ କୁମାର ଖୁଣ୍ଟିଆ ଓ ଡ.ଜ୍ଞାନରଞ୍ଜନ ସ୍ବାଇଁଙ୍କ ସମେତ ବହୁ ଛାତ୍ରୀଛାତ୍ର ଯୋଗଦେଇଥିଲେ। ଏହି ଅବସରରେ ଛାତ୍ରୀଛାତ୍ର ୧୫୨ ମିଟର ଏକ ତ୍ରିରଙ୍ଗା ଧରି ବିଶ୍ୱବିଦ୍ୟାଳୟ ପରିସର ପରିକ୍ରମା କରିଥିଲେ। ପରେ ଏନ୍‌ସିସି ଛାତ୍ରୀଛାତ୍ରଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।