Categories: ବାଣିଜ୍ୟ

ରେଲଓ୍ବେର ସମ୍ପୂର୍ଣ୍ଣ ବିଦ୍ୟୁତୀକରଣ ଲକ୍ଷ୍ୟ: ଗୋୟଲ

ନୂଆଦିଲ୍ଲୀ,୨୫-୧୧: ଆଗାମୀ ୩ରୁ ୪ ବର୍ଷ ମଧ୍ୟରେ ରେଲଓ୍ବେର ସମ୍ପୂର୍ଣ୍ଣ ବିଦ୍ୟୁତୀକରଣ କରିବା ନେଇ ଲକ୍ଷ୍ୟ ରଖାଯାଇଥିବା ରେଳମନ୍ତ୍ରୀ ପୀୟୂଷ ଗୋୟଲ ରବିବାର କହିଛନ୍ତି। ପ୍ରଦୂଷଣ ମୁକ୍ତ ଭବିଷ୍ୟତକୁ ଧ୍ୟାନରେ ରଖି ରେଲଓ୍ବେ ନିରନ୍ତର ଭିତ୍ତିରେ ବିଦ୍ୟୁତୀକରଣ କାର୍ଯ୍ୟ ହାତକୁ ନେଉଛି। ବିଶ୍ୱର ପ୍ରଥମ ଅଙ୍ଗାରକାମ୍ଳ ମୁକ୍ତ ରେଲଓ୍ବେ ଗଠନ ଏବଂ ସୌର ଶକ୍ତି ଉତ୍ପାଦନ ଦିଗରେ କାର୍ଯ୍ୟକ୍ରମ ଜାରି ରହିଛି। ୨୦୨୩ ବେଳକୁ ସମ୍ପୂର୍ଣ୍ଣ ବିଦ୍ୟୁତିକରଣ ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ଗୋୟଲ ମତ ଦେଇଛନ୍ତି।

Share