ରେଲଓ୍ବେର ହେବନି ଘରୋଇ କରଣ

ନୂଆଦିଲ୍ଲୀ,୧୧-୭: ଭାରତୀୟ ରେଲଓ୍ବେର ଘରୋଇକରଣ ହେବ ନାହିଁ। ଏ ନେଇ କୌଣସି ପ୍ରସ୍ତାବ ନାହିଁ। ଘରୋଇ ଅପରେଟରଙ୍କ ହାତରେ ଦୁଇ ଟ୍ରେନ ଦେବା ଲାଗି ରହିଥିବା ପ୍ରସ୍ତାବ ଉପରେ ପ୍ରଶ୍ନର ଉତ୍ତର ରଖି ରେଳମନ୍ତ୍ରୀ ପୀୟୂଷ ଗୋୟଲ ବୁଧବାର ଏହା କହିଛନ୍ତି। ଲୋକସଭାକୁ ଏକ ଲିଖିତ ଉତ୍ତରରେ ଗୋୟଲ କହିଛନ୍ତି ଯେ, ଘରୋଇ ସଂସ୍ଥା ଦ୍ୱାରା ପରିଚାଳନା ଲାଗି କୌଣସି ଯାତ୍ରୀବାହୀ ଟ୍ରେନକୁ ନିର୍ଦ୍ଧାରିତ କରାଯାଇ ନାହିଁ। ନୂଆଦିଲ୍ଲୀ-ଲକ୍ଷ୍ନୌ ତେଜସ୍‌ ଏକ୍ସପ୍ରେସ ଦେଶର ପ୍ରଥମ ଘରୋଇ ଟ୍ରେନ ହେବ ବୋଲି ଖବର ଆସିଥିଲା। ମାତ୍ର ରେଲଓ୍ବେ ପକ୍ଷରୁ ଆନୁଷ୍ଠାନିକ ଭାବେ ଏ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇନାହିଁ।

ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗାଡି କହିଛନ୍ତି ଯେ, ଆଗାମୀ ଦିନରେ ଏ ଭଳି ଟ୍ରେନ ପରୀକ୍ଷାମୂଳକ ଭାବେ ଚଳାଚଳ ନେଇ ସରକାର ଚିନ୍ତା କରିବେ। ମାତ୍ର ରେଲଓ୍ବେର ଘରୋଇ କରଣ ନେଇ କୌଣସି ପ୍ରସ୍ତାବ ନ ଥିବା ରେଳ ମନ୍ତ୍ରୀ ଗୋୟଲ କହିଛନ୍ତି। ଚଳିତ ବର୍ଷ ଏପ୍ରିଲରେ ୧୮୯ ନୂଆ ଲାଇନ ଯୋଜନା କରାଯାଇଥିବା ସେ କହିଛନ୍ତି। ଏଗୁଡିକ ୨୧,୪୪୩ କିମି ବିଶିଷ୍ଟ ହାଇଥିବା ବେଳେ ଯୋଜନା, ମଞ୍ଜୁରୀ ଏବଂ କାର୍ଯ୍ୟାନ୍ବୟନର ବିଭିନ୍ନ ସ୍ତରରେ ରହିଛି। ରେଳ ନେଟଓ୍ବର୍କ ସହ ଯୋଡି ହୋଇ ନ ଥିବା ଅଞ୍ଚଳଗୁଡିକୁ ସେବା ଯୋଗାଣ ନେଇ ସରକାର ଏଭଳି ବ୍ୟବସ୍ଥା ଆଣିଛନ୍ତି। ସମୟର ଆବଶ୍ୟକତା ଅନୁସାରେ ବର୍ଦ୍ଧିତ ଯାତ୍ରୀ ସଂଖ୍ୟାକୁ ନଜରରେ ରଖି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ସେହିଭଳି ବାଣିଜି୍ୟକ ଯଥାର୍ଥତା, ପରିଚାଳନାଗତ ଆବଶ୍ୟକତା, ଜ୍ଞାନକୌଶଳଗତ ଢାଞ୍ଚା ଏବଂ ସମ୍ବଳ ଉପଲବ୍ଧତା ଉପରେ ବିଚାର କରାଯାଉଥିବା ଗୋୟଲ ସ୍ପଷ୍ଟ ସ୍ପଷ୍ଟ କରିଛନ୍ତି।

ଦୈନିକ ଅତିରିକ୍ତ ୪ ଲକ୍ଷ ବର୍ଥ ବ୍ୟବସ୍ଥା ହେବ
ଯାତ୍ରୀ ସୁବିଧାକୁ ଧ୍ୟାନରେ ରଖି ଚଳିତ ବର୍ଷ ଅକ୍ଟୋବରରୁ ଅତିରିକ୍ତ ୪ ଲକ୍ଷ ବର୍ଥ ବ୍ୟବସ୍ଥା କରିବାକୁ ରେଲଓ୍ବେ ଯୋଜନା ରଖିଛି। ଏଥି ଲାଗି ରେଲଓ୍ବେ ନୂଆ ଟେକ୍ନୋଲୋଜି ଆଣିବ। ପାଓ୍ବାର କାର ବଦଳରେ ଇଞ୍ଜିନରୁ ଶକ୍ତି ସଂଯୋଗ କରିବା ଦିଗରେ ନୂଆ ଟେକ୍ନୋଲୋଜି ସହାୟକ ହେବ। ଲାଇଟ ଏବଂ ଏସି ଲାଗି ଏହି ଶକ୍ତି ଉପଯୋଗ ହେବ ବୋଲି ରେଲଓ୍ବେର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ପ୍ରତି ଏଲ୍‌ଏଚ୍‌ବି ରେକ୍‌ରେ ଗୋଟିଏ କିମ୍ବା ୨ ପାଓ୍ବାର କାର ଇଞ୍ଜିନ ବ୍ୟବହାର ହେଉଛି। ଡିଜେଲ ଜେନେରେଟର ଦ୍ୱାରା କୋଚ୍‌ଗୁଡିକୁ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କରାଯାଉଛି। ଏହାକୁ ଏଣ୍ଡ ଅଫ୍‌ ଜେନେରେଶନ କୁହାଯାଉଥିବା ବେଳେ ଆଗାମୀ ଦିନରେ ହେଡ ଅନ୍‌ ଜେନେରେଶନ ନାମକ ନୂଆ ଟେକ୍ନୋଲୋଜି ବ୍ୟବସ୍ଥା ଆସିବ। ଏଗୁଡିକ ଦ୍ୱାରା ଓଭରହେଡ ପାଓ୍ବାରଲାଇନରୁ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କରାଯିବ। ୫ ହଜାରରୁ ଅଧିକ କୋଚରେ ଏହି ବ୍ୟବସ୍ଥା ଆସିବ। ଫଳରେ ଟ୍ରେନଗୁଡିକ ସେମାନଙ୍କ ପାଓ୍ବାରକାରଗୁଡିକୁ କମ୍‌ କରି ଅଧିକ ବର୍ଥ ବ୍ୟବସ୍ଥା କରିବେ। ଏହା ଦ୍ୱରା ରେଲଓ୍ବେର ବାର୍ଷିକ ୬ ହଜାର କୋଟି ଟଙ୍କାର ଫୁଏଲ ବିଲ୍‌ ସଞ୍ଚୟ ହେବ ବୋଲି ରେଲଓ୍ବେ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାନୁଆରୀ ୧ରୁ ବଦଳିଯିବ ଟେଲିକମର ଏହି ନିୟମ, Jio, Airtel, BSNL, Vi ଉପରେ ପଡ଼ିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୨।୧୧: ସରକାର ଟେଲିକମ ନିୟମରେ ସମୟ ସମୟରେ ପରିବର୍ତ୍ତନ କରନ୍ତି। ଟେଲିକମ ଆକ୍ଟରେ କିଛି ନିୟମ ଯୋଡା ଯାଇଥିଲା, ଯାହାକୁ ସମସ୍ତ ରାଜ୍ୟ ମଧ୍ୟ ପାଳନ...

ଜୋମାଟୋରେ ନିଯୁକ୍ତି ସୁଯୋଗ: ୨୦ ଲକ୍ଷ ଦେଇ ବର୍ଷେ ମାଗଣା କାମ, ଦ୍ୱିତୀୟ ବର୍ଷରେ କମ୍ପାନୀ ଦେବ ଏତେ…

ନୂଆଦିଲ୍ଲୀ,୨୧।୧୧: ଅନଲାଇନ ଖାଦ୍ୟ ବିତରଣ ଆପ ଜୋମାଟୋରେ ବଡ ନିଯୁକ୍ତି ବାହାରିଛି। ଜୋମାଟୋ ସିଇଓ ଦୀପିନ୍ଦର ଗୋୟଲ ନିଜେ ଏହି ବିଷୟରେ ଏକ୍ସରେ ସୂଚନା ଦେଇଛନ୍ତି।...

ଆମେରିକାର ଅଭିଯୋଗ ଆଣିବାର କେଇ ମିନିଟ୍‌ ମଧ୍ୟରେ ବୁଡିଲା ଆଦାନୀଙ୍କ ଶେୟାର, ୨.୨୪ ଲକ୍ଷ କୋଟି ଟଙ୍କାର କ୍ଷତି…

ନୂଆଦିଲ୍ଲୀ,୨୧।୧୧: ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କୁ ଲାଗିଛି ଆଜି ସକାଳୁ ସକାଳୁ ଲାଗିଛି ବଡ଼ ଝଟ୍‌କା। ଆମେରିକାରେ ଅଭିଯୋଗ ଆଣିଛି କି, ସେ ତାଙ୍କ କମ୍ପାନୀ...

ମାତ୍ର ୫୧ ଟଙ୍କାରେ ବର୍ଷସାରା ମିଳିବ ୫ଜି ଡାଟା, ଜିଓର ସ୍ପେଶାଲ ଅଫର୍‌…

ନୂଆଦିଲ୍ଲୀ,୨୦।୧୧: ଭାରତର ସର୍ବବୃହତ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଗ୍ରାହକଙ୍କୁ ଏକ ସ୍ବତନ୍ତ୍ର ଭାଉଚର ପ୍ରଦାନ କରୁଛି । ମାତ୍ର ୬୦୧ ଟଙ୍କାରେ 5G ଅପଗ୍ରେଡ...

ପ୍ଲାଟ୍‌ଫର୍ମରେ ଉନ୍ନତ ବୈଷୟିକ ଜ୍ଞାନକୌଶଳ ଉପଯୋଗ

ନୂଆଦିଲ୍ଲୀ,୨୦।୧୧: ଦେଶର ପ୍ରମୁଖ ଇ- କମର୍ସ ପ୍ଲାଟ୍‌ଫର୍ମ ମିଶୋ ଅନ୍‌ଲାଇନ ଠକେଇ ବିରୋଧରେ ଲଢ଼େଇ କରିବା ସହ ପ୍ଲାଟ୍‌ଫର୍ମରେ ଉନ୍ନତ ବୈଷୟିକ ଜ୍ଞାନକୌଶଳ ଉପଯୋଗ କରିଛି।...

ପ୍ରଥମ ରାଜ୍ୟସ୍ତରୀୟ ଊର୍ଜା ମେଳା ଉଦ୍‌ଘାଟିତ

ଭୁବନେଶ୍ୱର,୨୦।୧୧(ଅଭୟ ଦାଶ): ଶକ୍ତି ସଂରକ୍ଷଣ ଏବଂ ସ୍ବଚ୍ଛଶକ୍ତିର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଟାଟା ପାୱାର ପକ୍ଷରୁ ଭୁବନେଶ୍ୱରଠାରେ ଆୟୋଜିତ ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ...

ଏସ୍‌ବିଆଇ ହର୍ନିମାନ୍‌ ସର୍କଲ ଶାଖାର ଶତବାର୍ଷିକୀ ଉତ୍ସବ

ମୁମ୍ବାଇ,୨୦।୧୧: ଷ୍ଟେଟ୍‌ ବ୍ୟାଙ୍କ ଅ୍‌ଫ ଇଣ୍ଡିଆ(ଏସ୍‌ବିଆଇ)ର ମୁମ୍ବାଇସ୍ଥିତ ହର୍ନିମାନ୍‌ ସର୍କଲ ଶାଖାର ଶତବାର୍ଷିକୀ ଉତ୍ସବ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା...

୩୭୦ ଟ୍ରେନ୍‌ରେ ସଂଯୋଗ ହେବ ୧ ହଜାର ଦ୍ୱିତୀୟ ଶ୍ରେଣୀ କୋଚ୍‌

ଭୁବନେଶ୍ୱର,୨୦ା୧୧(ଅନୁରାଧା ମହାରଣା): ରେଳଯାତ୍ରୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଭାରତୀୟ ରେଳପଥ ପକ୍ଷରୁ ଯାତ୍ରୀସେବାକୁ ତ୍ୱରାନ୍ବିତ କରାଯାଉଛି। ଏହି କ୍ରମରେ ଗତ ୩ମାସ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri