Categories: ଜାତୀୟ

ରେଲଓ୍ବେ ଆରମ୍ଭ କଲା ଓ୍ବାଟରଲେସ୍‌ ଟଏଲେଟ୍‌

ମୁମ୍ବାଇ,୨।୨: ମୁମ୍ବାଇର ମରିନା ଲାଇନ୍‌ ଷ୍ଟେଶନରେ ରେଲଓ୍ବେ ପକ୍ଷରୁ ଓ୍ବାଟରଲେସ୍‌ ଟଏଲେଟ୍‌ ଆରମ୍ଭ କରାଯାଇଛି। ପ୍ଲାଟଫର୍ମ ନମ୍ବର ୧ରେ ଏହା କରାଯାଇଛି। ଏଥିରେ କମ୍‌ ପାଣି ଖର୍ଚ୍ଚ ହେବ। ବାର୍ଷିକ ୪ ଲକ୍ଷ ଲିଟର ପାଣି ଏହା ଦ୍ୱାରା ସଞ୍ଚୟ ହୋଇପାରିବ। ରେଲଓ୍ବେ ପକ୍ଷରୁ ଏହାର ଫଟୋ ସୋସିଆଲ୍‌ ମିଡ଼ିଆରେ ଶେୟାର କରାଯାଇଛି। ଏହାକୁ ବହୁ ୟୁଜର ବେଶ୍‌ ପସନ୍ଦ କରିଛନ୍ତି। ଶେୟାର କରାଯିବାର କିଛି ଘଣ୍ଟା ମଧ୍ୟରେ ଏହାକୁ ୧୨୦୦ରୁ ଅଧିକ ଲାଇକ୍‌ ମିଳିଛି। ଖୁବ୍‌ ଶୀଘ୍ର ଏଭଳି ଟଏଲେଟ୍‌ ଦେଶର ଅନ୍ୟ ରେଳ ଷ୍ଟେଶନରେ ସ୍ଥାପନ କରାଯିବାର ଯୋଜନା ରହିଛି।

Share