Categories: ବାଣିଜ୍ୟ

ରେଲଓ୍ବେ ଚଳାଇବ ବୁଦ୍ଧିଷ୍ଟ ସର୍କିଟ ଟ୍ରେନ

ନୂଆଦିଲ୍ଲୀ,୧୭-୧୦: ଆସନ୍ତା ଶନିବାରଠାରୁ ଚଳିତ ମାସ ୨୭ ଯାଏ ରେଲଓ୍ବେ ପକ୍ଷରୁ ବୁଦ୍ଧିଷ୍ଟ ସର୍କିଟ ରେଳ ଚଳାଚଳ କରାଇବା ଲାଗି ନିଷ୍ପତ୍ତି ହୋଇଛି। ଗୌତ୍ତମ ବୁଦ୍ଧଙ୍କ ସହିତ ସମ୍ପର୍କିତ ଭାରତ ଏବଂ ନେପାଳରେ ଥିବା ବିଭିନ୍ନ ସ୍ଥାନକୁ ଏହି ଟ୍ରେନ ଚାଲିବ। ଲୁମ୍ବିନି, ବୁଧଗୟା, ସାରନାଥ, କୁଶିନଗର ଭଳି ସ୍ଥାନ ଏହା ମଧ୍ୟରେ ରହିଥିବା ଆଇଆରସିଟିସି ପକ୍ଷରୁ କୁହାଯାଇଛି। ଦମ୍ପତିଙ୍କ ଲାଗି ପ୍ୟାକେଜ ବାବଦକୁ ୧.୨୩ ଲକ୍ଷ ଟଙ୍କା ରହିଛି। ଏହା ମଧ୍ୟରେ ନେପାଳକୁ ଏସି ଡିଲକ୍ସ କୋଚ ବସ୍‌ ଯୋଗେ ଯିବାର ବ୍ୟବସ୍ଥା ସହ ବିଭିନ୍ନ ସ୍ଥାନରେ ରହିବା, ଖାଦ୍ୟ ପାନୀୟ, ଟୁର ମ୍ୟାନେଜର ସେବା, ଗାଇଡ, ଏଣ୍ଟ୍ରାନ୍ସ ଫିସ ଏବଂ ଟ୍ରାଭେଲ ବୀମା ରହିଥିବା ରେଲଓ୍ବେ ପକ୍ଷରୁ ସୂଚନା ରହିଛି।

Share