Categories: ଜାତୀୟ

ରେଲଓ୍ବେ ଷ୍ଟେଶନ୍‌ରେ ପ୍ରସବ କଲେ ଗର୍ଭବତୀ

ମୁମ୍ବାଇ,୨୭।୪: ମହାରାଷ୍ଟ୍ରର ଥାନେ ରେଲଓ୍ବେ ଷ୍ଟେଶନ୍‌ରେ ଜଣେ ଗର୍ଭବତୀ ଶନିବାର ପ୍ରସବ କରିଛନ୍ତି। ପୂଜା ଚୌହ୍ବାନ ନାମ୍ନୀ ମହିଳା ଯାତ୍ରୀ ଟ୍ରେନ୍‌କୁ ଅପେକ୍ଷା କରିଥିବାବେଳେ ହଠାତ୍‌ ତାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ସୂଚନା ପାଇ ରେଲଓ୍ବେ ସୁରକ୍ଷାବଳ ତାଙ୍କୁ ପ୍ଲାଟର୍ଫମରେ ଥିବା ସ୍ଥାନୀୟ ଟଙ୍କିକିଆ କ୍ଲିନିକ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ପୂଜା ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ମା’ ଓ ଶିଶୁ ଉଭୟେ ସୁସ୍ଥ ଥିବା ଟଙ୍କିକିଆ କ୍ଲିନିକ୍‌ର ଡାକ୍ତର ସୂଚନା ଦେଇଛନ୍ତି।

Share