ରେଲ୍‌ଓ୍ବେ ହେଲ୍ପଲାଇନ୍‌ରେ ୩୧୦ ଅଭିଯୋଗର ସମାଧାନ

ଭୁବନେଶ୍ୱର, ୮।୯(ବ୍ୟୁରୋ): ରେଲ୍‌ଓ୍ବେ ହେଲ୍ପଲାଇନ ନମ୍ବର-୧୮୨ରେ ଚଳିତ ବର୍ଷ ୩୧୦ ଅଭିଯୋଗର ସମାଧାନ ହୋଇଛି। ଅଭିଯୋଗ ଆଧାରରେ ୨୩୭ ଜିନିଷପତ୍ର ଓ ମନିପର୍ସ, ୯୬ ମୋବାଇଲ ଫୋନ୍‌, ୩୧ ଲ୍ୟାପଟପ ଓ ୨୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ଯାତ୍ରୀଙ୍କୁ ଫେରାଯାଇଛି। ଏ ସମ୍ପର୍କରେ ପୂର୍ବତଟ ରେଳପଥ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ମିଳିଛି। ସୂଚନାଯୋଗ୍ୟ, ରେଳଯାତ୍ରା କରୁଥିବା ସମୟରେ କୌଣସି ପ୍ରକାର ସମସ୍ୟାରେ ପଡ଼ିଲେ ୧୮୨କୁ ଫୋନ କରି ସାହାଯ୍ୟ ମାଗିବାକୁ ରେଳପଥ ପକ୍ଷରୁ କୁହାଯାଇଛି।