ରେଳଡବାରେ ହେବ ୩.୨ ଲକ୍ଷ ଆଇସୋଲେଶନ ବେଡ୍‌

ନୂଆଦିଲ୍ଲୀ,୧ା୪: କରୋନା ରୋଗୀମାନଙ୍କୁ ଆଇସୋଲେଶନରେ ରଖିବା ଲାଗି ରେଲଓ୍ବେ ପକ୍ଷରୁ ୨୦ ହଜାର କୋଚ୍‌କୁ ଆଇସୋଲେଶନ ଓ୍ବାର୍ଡରେ ପରିଣତ କରାଯାଉଛି। ଏହାଦ୍ୱାରା ୩.୨ ଲକ୍ଷ ବେଡ୍‌ ଯୋଗାଇ ଦିଆଯାଇପାରିବ। ୧୬ଟି ଜୋନ୍‌ ମଧ୍ୟରୁ ସିକନ୍ଦରାବାଦରେ ଥିବା ଦକ୍ଷିଣ କେନ୍ଦ୍ରୀୟ ରେଲଓ୍ବେ ମୁଖ୍ୟାଳୟ ସର୍ବାଧିକ ୪୮୬ଟି କୋଚ୍‌କୁ ଆଇସୋଲେଶନ ଓ୍ବାର୍ଡରେ ପରିବର୍ତ୍ତନ କରିବା ଲାଗି ମଞ୍ଜୁରୀ ପ୍ରଦାନ କରିଛି। ସେହିପରି ମୁମ୍ବାଇସ୍ଥିତ କେନ୍ଦ୍ରୀୟ ରେଲଓ୍ବେ ମୁଖ୍ୟାଳୟ ୪୮୨ କୋଚ୍‌ ଯୋଗାଇଦେଇଛି। ପ୍ରଥମ ପର୍ଯ୍ୟାୟରେ ୫୦୦୦ କୋଚକୁ ଆଇସୋଲେଶନ ଓ୍ବାର୍ଡରେ ପରିବର୍ତ୍ତନ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଏଥିରେ ୮୦ ହଜାର ବେଡ୍‌ ହୋଇପାରିବ। କେବଳ ଅଣବାତାନୁକୂଳିତ ଆଇସିଏଫ୍‌ ସ୍ଲିପର କୋଚ୍‌ଗୁଡ଼ିକୁ କ୍ୱାରାଣ୍ଟାଇନ ବା ଆଇସୋଲେଶନ ଓ୍ବାର୍ଡରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି।

Share