ରେଳଧାରଣାରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର: ପାରିବାରିକ ଅଶାନ୍ତିକୁ ନେଇ ଆତ୍ମହତ୍ୟା ସନ୍ଦେହ

ତିହିଡି,୧୦।୯(ଡି.ଏନ୍‌.ଏ): ଭଦ୍ରକ ଜିଲା ଧାମରା ରେଳପଥର ଅଚକ ନିକଟରୁ ମଙ୍ଗଳବାର ସକାଳେ ଜନୈକ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ଦୁଃଶାସନ ମଲିକ(୬୫)। ତାଙ୍କ ଘର ଭଦ୍ରକ ଜିଲା ତିହିଡି ଥାନା ମହରମପୁର ପଞ୍ଚାୟତ ତରାଶୁଣି ଗ୍ରାମରେ ବୋଲି ଜଣାପଡ଼ିଛି। ପାରିବାରିକ ଅଶାନ୍ତିକୁ ନେଇ ଦୁଃଶାସନ ଆତ୍ମହତ୍ୟା କରିଥିବା କୁହାଯାଇଛି। ଖବର ପାଇ ତିହିଡ଼ି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାରକରି ବ୍ୟବଚ୍ଛେଦ ପାଇଁ ପଠାଇଛି।