ରେଳଧାରଣାରୁ ଫୁଟବଲ୍‌ ଖେଳାଳିଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର,୧୫।୧୦(ସ୍ବ.ପ୍ର.): କେନ୍ଦୁଝର ସଦର ଥାନାର ଧାତିକା ଗାଁ ନିକଟ ରେଳଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ ହେଲେ ଧାତିକା ଗାଁର ତୁଳସୀ ମାଝୀ। ତୁଳସୀଙ୍କ କାନରେ ଇଅର ଫୋନ ଲାଗିଥିବା ସହ ବେକରେ ଓ ମୁଣ୍ଡରେ ଗଭୀର କ୍ଷେତ ହୋଇଥିବା ଦେଖିବାକୁ ମିଳିଛି। ମୃତଦେହ ନିକଟରେ ମଦ ବୋତଲ, ସିଗାରେଟ ଏବଂ ଚପଲ ଥୁଆ ହୋଇଥିବା ଦେଖିବାକୁ ମିଳିଛି। ତୁଳସୀ ମଧ୍ୟ ଜଣେ ଭଲ ଫୁଟବଲ ଖେଳାଳି ଭାବେ ଜଣାଶୁଣା ଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ଏହା ଆତ୍ମହତ୍ୟା ନା ହତ୍ୟା ତାହାକୁ ନେଇ ନାନା ସନ୍ଦେହ ସୃଷ୍ଟି ହୋଇଛି। ପାରିପାଶର୍‌ବିକ ସ୍ଥିତିରୁ ଏହା ଏକ ହତ୍ୟା ମାମଲା ବୋଲି ଆଲୋଚନା ହେଉଛି। କାରଣ ରେଳଧାରଣାରେ ପଡ଼ିଥିଲେ ହେଁ ତୁଳସୀଙ୍କ ଶରୀର ଟ୍ରେନରେ କାଟି ନ ଥିବାବେଳେ ତାଙ୍କ ବେକର କ୍ଷତ ଚିହ୍ନ ଲାଗିଛି। ତେଣୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ତେବେ ତଦନ୍ତ ପରେ କାରଣ ଜଣାପଡିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ତାପମାତ୍ରା କମିଲା, ସର୍ବନିମ୍ନ ୧୨.୫ ଡିଗ୍ରୀ

ଦାରିଙ୍ଗବାଡି, ୧୬।୧୦ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରୁ ତାପମାତ୍ରା ହ୍ରାସ ଘଟିଛି। ଶନିବାର ସକାଳ ୮ଟା ସୁଦ୍ଧା ସର୍ବନିମ୍ନ ତାପମାତ୍ରା...

ହଟିଲା କଟକଣା: ଆଜିଠୁ ଚାରିଦ୍ୱାର ଖୋଲା

ପୁରୀ,୧୬ା୧୧(ଅଜିତ୍‌ କୁମାର ମହାନ୍ତି):ଭକ୍ତଙ୍କ ନିମନ୍ତେ ଖୁସି ଖବର। କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା କଟକଣାକୁ ଶୁକ୍ରବାର ହଟାଇ ନିଆଯାଇଛି। ଶନିବାରଠାରୁ...

ୟୁଆଇଏଲ୍ ପକ୍ଷରୁ ଶିଶୁ ଦିବସ ପାଳିତ*

ଯାଜପୁର,୧୫/୧୧: ଶିଶୁ ହସିଲେ ଦୁନିଆ ହସେ , ଏକଥା ତ ଆପଣମାନେ ନିଶ୍ଚୟ ଶୁଣିଥିବେ ହେଲେ ଶିଶୁଙ୍କ ମୁହଁରେ ହସ ଫୁଟାଇବା କାମ ଆମର ।...

ୟୁଆଇଏଲ୍ ପକ୍ଷରୁ ଶିଶୁ ଦିବସ ପାଳିତ

ଯାଜପୁର,୧୫/୧୧: ଶିଶୁ ହସିଲେ ଦୁନିଆ ହସେ , ଏକଥା ତ ଆପଣମାନେ ନିଶ୍ଚୟ ଶୁଣିଥିବେ ହେଲେ ଶିଶୁଙ୍କ ମୁହଁରେ ହସ ଫୁଟାଇବା କାମ ଆମର ।...

ଜଳିଗଲା ଲୁଗା ଦୋକାନ, ମାଲିକ ମୃତ

ଜଟଣୀ,୧୫ା୧୧(ରବୀନ୍ଦ୍ରନାଥ ମହାକୁଡ଼): ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅଧୀନ ରାଜାବଜାରରେ ଥିବା ଗୌରୀ ଗାର୍ମେଣ୍ଟସ (ଲୁଗା ଦୋକାନ)ରେ ଶୁକ୍ରବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି...

ଚନ୍ଦ୍ରଗିରି ବନାଞ୍ଚଳରେ ବାଘ ପାଦଚିହ୍ନ

ମୋହନା,୧୫ା୧୧(ମନ୍ମଥ ମିଶ୍ର): ଗଜପତି ଜିଲା ଚନ୍ଦ୍ରଗିରି ବନାଞ୍ଚଳର ଆକିଲି ଅଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି। କିଛିଦିନ ହେଲା ଗଞ୍ଜାମ ଜିଲାର ଦିଗପହଣ୍ଡି ଓ ଚିକିଟି ଅଞ୍ଚଳରେ...

ବୋମାମାଡ଼ ଘଟଣା, ଆଉ ଜଣେ ଗିରଫ

ଦିଗପହଣ୍ଡି,୧୫ା୧୧(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ଓ ଦିଗପହଣ୍ଡି ଅଞ୍ଚଳରେ ଗତ କିଛିଦିନ ହେଲା ବୋମାମାଡ଼ କରି ଆତଙ୍କ ଚଳାଇଥିବା ଅପରାଧୀ ଗ୍ୟାଙ୍ଗର ଜଣେ ଯୁବକଙ୍କୁ ପୋଲିସ...

କାହିଁକି କାର୍ତ୍ତିକ ପୂର୍ଣ୍ଣିମାରେ ହେଲା ମହାପ୍ରଭୁଙ୍କ ବଡ଼ ମହାସ୍ନାନ

ପୁରୀ,୨୫।୧୧(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିରରେ ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣିମାରେ ବଡ଼ ମହାସ୍ନାନ ଅନୁଷ୍ଠିତ ହୋଇଛି l ଶ୍ରୀମନ୍ଦିର ଜୟ ବିଜୟ ଦ୍ୱାର ଭିତର ପଟ ପାହାଚରେ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri