ମୁନିଗୁଡ଼ା, ୯।୭(ଡି.ଏନ୍.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ରେଳଷ୍ଟେଶନରେ ମଙ୍ଗଳବାର ଟ୍ରେନ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ମୁନିଗୁଡ଼ା ସୁଣ୍ଡିସାହିର ଠାକୁର ବେହେରା।
ପ୍ରକାଶ ଯେ, ଠାକୁର କୌଣସି କାରଣରୁ ରେଳଲାଇନ ପାର ହେଉଥିବା ବେଳେ ଏକ ମାଲବାହୀ ଟ୍ରେନ୍ ତାଙ୍କୁ ଧକ୍କା ଦେଇଥିଲା। ତାଙ୍କର ୨ଟି ହାତ କଟି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ରେଳବାଇ ଆର୍ପିଏଫ୍ ପକ୍ଷରୁ ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ରାସ୍ତାରେ ଠାକୁରଙ୍କ ମୃତ୍ୟୁ ଘଟିଛି। ଏ ନେଇ ଆର୍ପିଏପ୍ ତରଫରୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।