ରେଳପଥ ଆଧୁନିକୀକରଣ ଯୋଗୁ ବାଧାପ୍ରାପ୍ତ ହେବ ଟ୍ରେନ୍‌ ଚଳାଚଳ

ଭୁବନେଶ୍ୱର,୧୫।୨ (ବ୍ୟୁରୋ): ଉତ୍ତର, କେନ୍ଦ୍ରୀୟ ଓ ଦକ୍ଷିଣ ପଶ୍ଚିମ ରେଳପଥ ପରିସୀମା ମଧ୍ୟରେ ସଂରକ୍ଷଣ ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥ ଏବଂ ଏହାର ପରିସୀମାରୁ ଛାଡ଼ିବାକୁ ଥିବା କେତେକ ଟ୍ରେନ ବାତିଲ, ଆଂଶିକ ବାତିଲ ଓ ମାର୍ଗ ପରିବର୍ତ୍ତନ କରି ଚଳାଚଳ କରିବ। ଉତ୍ତର ରେଳପଥର ହଜରତ ନିଜାମୁଦ୍ଦିନ-ପାଲୱାଲ ଷ୍ଟେଶନ ମଧ୍ୟରେ, କେନ୍ଦ୍ରୀୟ ରେଳପଥର ସୋଲାପୁର ରେଳମଣ୍ଡଳରେ ଏବଂ ଦକ୍ଷିଣ ପଶ୍ଚିମ ରେଳପଥର ବେଙ୍ଗାଲୁରୁ ରେଳମଣ୍ଡଳରେ ରେଳ ଭିତ୍ତିଭୂମି କାର୍ଯ୍ୟକ୍ଷମ କରିବା ପାଇଁ ଏହି ପରିବର୍ତ୍ତନ କରାଯିବ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବିଶାଖାପାଟଣା -ନିଜାମୁଦ୍ଦିନ-ବିଶାଖାପାଟଣା ସମତା ଏକ୍ସପ୍ରେସ ଭାୟା ରାୟଗଡା-ଟିଟିଲାଗଡ଼-ରାଇପୁର ବିଶାଖାପାଟଣାଠାରୁ ଫେବୃୟାରୀ ୨୭ ଏବଂ ନିଜାମୁଦ୍ଦିନଠାରୁ ୨୯ ତାରିଖ ଦିନ ଉଭୟ ଦିଗରୁ ବାତିଲ ରହିବ।
ସେହିଭଳି ବିଶାଖାପାଟଣା-ମୁମ୍ବାଇ ଏଲଟିଟି-ବିଶାଖାପାଟଣା ଏକ୍ସପ୍ରେସ ବିଶାଖାପାଟଣାଠାରୁ ଫେବୃୟାରୀ ୧୮ରୁ ୨୫ ଏବଂ ଏଲଟିଟିଠାରୁ ଫେବୃୟାରୀ ୧୯ରୁ ୨୬ ତାରିଖ ମଧ୍ୟରେ ଉଭୟ ଦିଗରୁ ପୁଣେ ଓ ଏଲ୍‌ଟିଟି ମଧ୍ୟରେ ବାତିଲ ରହିବ। ଏହା ସିକନ୍ଦରାବାଦ-ଲାଟୁର ରୋଡ଼-କୁର୍ଦୁଭାଡ଼ି-ଦୋଣ୍ଡ ଷ୍ଟେଶନ ମାର୍ଗରେ ଚଳାଚଳ କରିବ। ଭୁବନେଶ୍ୱରଠାରୁ ୧୬ତାରିଖରେ ଛାଡ଼ିିବାକୁ ଥିବା ଏବଂ ବାଙ୍ଗାଲୋରଠାରୁ ୧୭ ତାରିଖରେ ଛାଡିବାକୁ ଥିବା ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ ଉଭୟ ଦିଗରୁ ଭୁବନେଶ୍ୱର ଓ ସତ୍ୟସାଇ ପ୍ରଶାନ୍ତି ନିଳୟମ ମଧ୍ୟରେ ଚଳାଚଳ କରିବ। ଏଥିସହ ସତ୍ୟସାଇ ପ୍ରଶାନ୍ତି ନିଳୟମ ଓ ବେଙ୍ଗାଲୁରୁ ମଧ୍ୟରେ ବାତିଲ କରାଯିବ। ହରିଦ୍ୱାର-ପୁରୀ -ହରିଦ୍ୱାର କଳିଙ୍ଗ ଉତ୍କଳ ଏକ୍ସପ୍ରେସ ହରିଦ୍ୱାରଠାରୁ ଫେବୃୟାରୀ ୨୬, ୨୮, ୨୯ ଓ ମାର୍ଚ୍ଚ ୧ ଏବଂ ପୁରୀଠାରୁ ଫେବୃୟାରୀ ୨୬ ଓ ୨୮ ତାରିଖରେ ପରିବର୍ତ୍ତିତ ମାର୍ଗ ମିରଟ ସିଟି-ଖୁରଜା-ଆଗ୍ରା କ୍ୟାଣ୍ଟ ମାର୍ଗରେ ଚଳାଚଳ କରିବ। ଭୁବନେଶ୍ୱର-ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ ଫେବୃୟାରୀ ୧୮ ରୁ ୨୫ ତାରିଖ ମଧ୍ୟରେ ଉଭୟ ପାର୍ଶ୍ୱରୁ ପରିବର୍ତ୍ତିତ ମାର୍ଗ ସିକନ୍ଦରାବାଦ-ବିକାରାବାଦ-ଲାଟୁରରୋଡ଼-କୁର୍ଦୁଭାଡ଼ି-ଦୋଣ୍ଡ ମାର୍ଗ ଦେଇ ଚଳାଚଳ କରିବ। ସେହିଭଳି ପୁଣେ-ଭୁବନେଶ୍ୱର-ପୁଣେ ଏକ୍ସପ୍ରେସ ଭୁବନେଶ୍ୱରଠାରୁ ଫେବୃୟାରୀ ୧୮ ଓ ୨୫ ଏବଂ ପୁନେଠାରୁ ୨୦ତାରିଖ ଦିନ ଉଭୟ ପାର୍ଶ୍ୱରୁ ପରିବର୍ତ୍ତିତ ମାର୍ଗ ସିକନ୍ଦରାବାଦ-ବିକାରାବାଦ-ଲାଟୁର ରୋଡ଼ ଓ କୁର୍ଦୁଭାଡ଼ି ମାର୍ଗ ଦେଇ ଚଳାଚଳ କରିବ।

Share