ରେଳବାଇରୁ ଯାତ୍ରାମଞ୍ଚ

ସୁଧାଂଶୁ ଶେଖର ବସନ୍ତ! ଯାତ୍ରା ଜଗତର ଜଣେ ବର୍ଷୀୟାନ୍‌ ଅଭିନେତା; ଯାହାଙ୍କ ରକ୍ତରେ ଯାତ୍ରା ମିଶି ଯାଇଛି ବୋଲି କହିଲେ ଭୁଲ୍‌ ହେବନାହିଁ। ମହାକାଳପଡ଼ାର କାଂଶପାଳ ଗ୍ରାମରେ ଜନ୍ମ ହୋଇଥିବା ଏହି ବ୍ୟକ୍ତି ଜଣକ ଯେମିତି ଜନ୍ମ ହୋଇଥିଲେ ଅଭିନୟ କରିବା ପାଇଁ। ପିଲାଟି ବେଳୁ ନାଚ, ଯାତ୍ରା, ଅଭିନୟ ପ୍ରତି ରୁଚି ଥିଲା। ବଡ଼ ହୋଇ ଗାଁ ଡ୍ରାମାରେ ଅଭିନୟ କଲେ। ସ୍କୁଲ୍‌, କଲେଜରେ ତାଙ୍କର ସୁନାମ ହେଲା। ଯେଉଁଠି ବି ଯାତ୍ରା ହେଉଥିଲା ସେଠାକୁ ସେ ଛୁଟି ଯାଉଥିଲେ କେବେ ଦର୍ଶକ ହୋଇ ତ କେବେ ଅଭିନେତା ହୋଇ। ଦିନକର ଘଟଣା। ସୁଧାଂଶୁ ନିଜର ସାଙ୍ଗମାନଙ୍କ ସହିତ ପାଖ ଗଁାରେ ହେଉଥିବା ଡ୍ରାମା ଦେଖିବା ପାଇଁ ଯାଇଥାନ୍ତି। ଡ୍ରାମା ହେବାକୁ ଅଳ୍ପ କିଛି ସମୟ ବାକିଥାଏ। ହଠାତ ଜଣେ କଳାକାର ଅସୁସ୍ଥ ହୋଇପଡ଼ିଲେ। ତାଙ୍କୁ ମେଡ଼ିକାଲ ନିଆଗଲା। କ’ଣ କରାଯିବ? ଡ୍ରାମା କେମିତି ହେବ? ଆୟୋଜକଙ୍କ ମୁଣ୍ଡରେ କିଛି ପଶୁ ନ ଥାଏ। ଡ୍ରାମା ନିର୍ଦ୍ଦେଶକଙ୍କ ନଜର ସୁଧାଂଶୁଙ୍କ ଉପରେ ପଡ଼ିଲା। ସେ ତାଙ୍କୁ ଆଗରୁ ଜାଣିଥିଲେ। ସେ କହିଲେ, ତୁମେ ମେକ୍‌ଅପ୍‌ ନିଅ। ଆଉ ମଞ୍ଚକୁ ଯାଅ। ପ୍ରମ୍ପଟିଂ ହେବ। ତମେ ଅଭିନୟ କରିବ। ସେଇଆ ହେଲା। ସୁଧାଂଶୁ ସେଦିନ ଅଭିନୟ କଲେ। ତେବେ ଯିଏ ପ୍ରମ୍ପଟିଂ କରୁଥିଲେ ସେ ଥିଲେ ଅଭିନେତା ଜଳଧର ସ୍ବାଇଁ। ସୁଧାଂଶୁଙ୍କ ଅଭିନୟ ତାଙ୍କୁ ବେଶ୍‌ ଭଲ ଲାଗିଲା। ପୁଣି ବିନା ରିହର୍ସାଲରେ ତାଙ୍କର ଅଭିନୟ ତାଙ୍କୁ ଚମତ୍କୃତ କରିଦେଲା। ସେ ଜାଣିଲେ, ଏଇ ଯୁବକଟି ଭିତରେ ଜଣେ ବଡ଼ କଳାକାର ଲୁଚି ରହିଛି। ସେ ହିଁ ତାଙ୍କୁ କହିଲେ, ପେସାଦାର ଯାତ୍ରାପାର୍ଟିକୁ ଆସିବା ପାଇଁ। ଖାଲି କହିଲେନି। ନିଜେ ଆଣି ‘ରଘୁନାଥ କଳାକୁଞ୍ଜ ପଞ୍ଚୁପାଣ୍ଡବ ଅପେରା’ରେ ରଖେଇଲେ। ସେଠାରେ ଜଣେ ପେସାଦାର କଳାକାର ଭାବରେ ଅଭିନୟ କଲେ ସୁଧାଂଶୁ। ଏହାପରେ ଚାରିବର୍ଷ ଗ୍ୟାପ୍‌। କାରଣ ତାଙ୍କର ଶାଳକ ରେଳବାଇର ଜଣେ ଡ୍ରାଇଭର। ସେ ତାଙ୍କୁ ନେଇ ରେଳବାଇରେ ଭର୍ତ୍ତି କରିଦେଲେ। କଷ୍ଟେମଷ୍ଟେ ଚାରିବର୍ଷ ରେଳବାଇରେ କାମ କଲେ ସୁଧାଂଶୁ। ହେଲେ ଯାହାଙ୍କର ଜନ୍ମ କଳା ପାଇଁ ସେ କ’ଣ ଅନ୍ୟ କୌଣସି କାମ କରି ନିଜକୁ ସନ୍ତୁଷ୍ଟ କରିପାରିବ। ତେଣୁ ସୁଧାଂଶୁ ସେ ଚାକିରିକୁ ବାଏ ବାଏ କରି ଫେରିଲେ ଯାତ୍ରାକୁ। ଯୋଗଦେଲେ ‘ଅମ୍ବିକା ଅପେରା’ରେ। ପରେପରେ ‘ତ୍ରିବେଣୀ ଅପେରା’, ‘ସୁକନ୍ୟା ଗଣନାଟ୍ୟ’, ‘ଅଷ୍ଟଶମ୍ଭୁ ଗଣନାଟ୍ୟ’, ‘ଦୁର୍ଗାଶ୍ରୀ’, ‘ପୃଥିବୀ ଅପେରା’, ତ୍ରିନାଥ ଗଣନାଟ୍ୟ, ‘ଶିବାନୀ ଗଣନାଟ୍ୟ’, ‘ଯାତ୍ରା ଦର୍ଶକ ମହଲ’ ଏବଂ ‘ସ୍ବର୍ଣ୍ଣ ମହଲ’ ଆଦିରେ ସେ ଯୋଗ ଦେଇଛନ୍ତି। ସେ ଅଭିନୟ କରିଥିବା ସଫଳ ତଥା ଲୋକପ୍ରିୟ ନାଟକଗୁଡ଼ିକ ମଧ୍ୟରେ ରହିଛି ‘ଯୋଡ଼ି ହେଇଗଲା ଭଙ୍ଗା ଆଇନା’, ‘ବିଡିଓ ବାବୁ ନମସ୍କାର’, ‘ତମ ସହରକୁ ନମସ୍କାର’, ‘ଅମଣିଷ’, ‘ଅଢ଼େଇ ଅକ୍ଷର ପ୍ରେମ’, ‘ରାଜଧାନୀ ଝିଅ ରାଜନନ୍ଦିନୀ’, ‘ରଙ୍ଗିଲା ରାଧିକା ରଜନୀଗନ୍ଧା’, ‘ହେ ଈଶ୍ୱର କୋଟି ନମସ୍କାର’, ‘ଅଗ୍ନି ପରୀକ୍ଷା’, ‘ଭୁବନେଶ୍ୱର ନୁହେଁ କାହାର’, ‘ଭଲ ମଣିଷକୁ ଭରସା ନାହିଁ’, ‘ଆଲୋ କେତକୀ ଆ ରାତିକି’ ଏବଂ ଆହୁରି ଅନେକ। ବଲିଉଡ୍‌ ମେଗାଷ୍ଟାର ଅମିତାଭ୍‌ ବଚ୍ଚନଙ୍କୁ ନିଜର ମଡେଲ ବୋଲି ଭାବୁଥିବା ଏହି କଳାକାର ସମ୍ପ୍ରତି ଯାତ୍ରା ସ୍ବର୍ଣ୍ଣମହଲରେ ଅଭିନୟ ଜାରି ରଖିଛନ୍ତି। ସ୍ବର୍ଣ୍ଣ ମହଲରେ ତାଙ୍କ ଅଭିନୀତ ନାଟକଗୁଡ଼ିକ ହେଉଛି ‘ଗୀତାକୁ ଛୁଇଁଲେ ପାପ’, ‘ପ୍ରେମ ସବାରିରେ ପ୍ରୀତି ନାୟିକା’, ‘ଆମ ଗଁା ଜଗନ୍ନାଥ ତୁମ ଗଁା ଆଲ୍ଲା’, ‘ପ୍ରେମରେ ଲାଗିଛି ନିଅଁା’, ‘କେମିତିକା ନାରୀ ତୁ’। ଆସନ୍ତା ୨୦୧୯-୨୦ ଯାତ୍ରା ସିଜନରେ ଏହି କଳାକାରଙ୍କୁ ‘ସୂର୍ଯ୍ୟ ମହଲ’ରେ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

‘ଯଦି ସଲମାନ ବଞ୍ଚିବାକୁ ଚାହୁଁଛନ୍ତି, ତେବେ…’ ପୁଣି ଲରେନ୍ସ ବିଷ୍ଣୋଇଙ୍କ ନାଁରେ ଆସିଲା ଧମକ

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନ ପୁଣିଥରେ ଲରେନ୍ସ ବିଷ୍ଣୋଇଙ୍କ ନାମରେ ଏକ ଧମକ ପାଇଛନ୍ତି। ପୋଲିସ ସୂତ୍ରରୁ ପ୍ରକାଶ ଯେ ମୁମ୍ବାଇ ପୋଲିସର ଟ୍ରାଫିକ...

‘ବେବି ଜନ୍‌’ ଟିଜର ଆଉଟ

ମୁମ୍ବାଇ: ଅଭିନେତା ବରୁଣ ଧାୱନଙ୍କ ପରବର୍ତ୍ତୀ ଫିଲ୍ମ ‘ବେବି ଜନ୍‌’ ଆସନ୍ତା ଡିସେମ୍ବର ୨୫ ବଡ଼ଦିନ ଉପଲକ୍ଷେ ରିଲିଜ୍‌ ହେବାକୁ ଯାଉଛି। ଶନିବାର ‘ବେବି ଜନ୍‌’ର ନିର୍ମାତାଙ୍କ...

ଆଗରେ ‘ସିଂଘମ୍‌ ଏଗେନ୍‌’

ମୁମ୍ବାଇ: ଦୀପାବଳି ଉପଲକ୍ଷେ ଶୁକ୍ରବାର ୨ଟି ବଡ଼ ବଜେଟ୍‌ର ବଲିଉଡ୍‌ ଚଳଚ୍ଚିତ୍ର ‘ସିଂଘମ୍‌ ଏଗେନ୍‌’ ଓ ‘ଭୁଲ୍‌ ଭୁଲୈୟା ୩’ ମୁକ୍ତିଲାଭ କରିଥିଲା। ରିଲିଜ୍‌ ହେବାର ପ୍ରଥମ...

ଖ୍ୟାତନାମା ମ୍ୟୁଜିସିଆନ୍‌ କୁଇନ୍ସି ଜୋନ୍ସଙ୍କ ପରଲୋକ

ଓ୍ବାଶିଂଟନ,୫ା୧୧: ଆମେରିକାର କିମ୍ବଦନ୍ତୀ ସଙ୍ଗୀତକାର, ପ୍ରଯୋଜକ ତଥା କମ୍ପୋଜର କୁଇନ୍ସି ଜୋନ୍ସଙ୍କର ରବିବାର ରାତିରେ ୯୧ ବର୍ଷ ବୟସରେ ଲସ୍‌ଆଞ୍ଜେଲସ୍‌ ବାସଭବନରେ ପରଲୋକ ହୋଇଯାଇଛି। ବହୁ ପ୍ରତିଭାର...

ଏହି ଦିନ ସାତ ଜନମର ସାଥୀ ହେବେ ନାଗା-ଶୋଭିତା: ଚାଲିଛି ଗ୍ରାଣ୍ଡ୍‌ ପ୍ରସ୍ତୁତି

ସାଉଥ୍‌ ଅଭିନେତା ନାଗା ଚୈତନ୍ୟ ଖୁବ ଶୀଘ୍ର ତାଙ୍କ ଗର୍ଲଫ୍ରେଣ୍ଡ ଶୋଭିତା ଧୁଲିପାଲାଙ୍କୁ ସାତ ଜନମର ସାଥୀ କରିବାକୁ ଯାଉଛନ୍ତି। ପ୍ରଶଂସକମାନେ ମଧ୍ୟ ଉଭୟଙ୍କ ବିବାହକୁ...

ପୁଣି ବିବାହ କଲେ ସନ୍ନି ଲିଓନି: ଜାଣନ୍ତୁ ତାଙ୍କ ସ୍ବାମୀ କିଏ

ବଲିଉଡର ‘ବେବି ଡଲ’ ସନ୍ନି ଲିଓନି ତାଙ୍କ ବୋଲ୍ଡ ଲୁକ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଏବେ ସେ ଦ୍ୱିତୀୟ ବିବାହ କରି ଆଲୋଚନାର...

ପରପାରିରେ ମିଥୁନଙ୍କ ପତ୍ନୀ

ମୁମ୍ବାଇ/ଓ୍ବାଶିଂଟନ,୪।୧୧: ନିକଟରେ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ ହୋଇଥିବା ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପ୍ରଥମ ପତ୍ନୀ ହେଲେନା ଲୁକଙ୍କର ପରଲୋକ ହୋଇଛି। ପ୍ରସିଦ୍ଧ ନୃତ୍ୟଶିଳ୍ପୀ...

ତାଜ୍‌ ଫଲକ୍‌ନୁମା ପ୍ୟାଲେସ୍‌ରେ ‘ସିକନ୍ଦର’ର ଶୁଟିଂ

ହାଇଦ୍ରାବାଦ: ଲରେନ୍ସ ବିଷ୍ଣୁ ଗ୍ୟାଙ୍ଗ୍‌ ପକ୍ଷରୁ ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ଙ୍କୁ କ୍ରମାଗତ ଭାବରେ ହତ୍ୟା ଧମକ ଦିଆଯାଉଛି l ତେବେ ଏହାରି ମଧ୍ୟରେ ସେ ସାହସର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri