Categories: ଜାତୀୟ

ରେଳମନ୍ତ୍ରୀଙ୍କ ଘରୁ ଚୋରି

ମୁମ୍ବାଇ,୩।୧୦: କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ଘରୁ ଚୋରି ହୋଇଯାଇଛି। ତାଙ୍କ ମୁମ୍ବାଇସ୍ଥିତ ବାସଭବନରୁ ଚୋରି ହୋଇଥିବା ସେ ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ଏହି ଘଟଣାରେ ଘରର ଚାରଙ୍କୁ ଦିଲ୍ଲୀରୁ ଗିରଫ କରିଛି। ସୂଚନାଯୋଗ୍ୟ, ମୁମ୍ବାଇର ନେୟେନ୍ସି ରୋଡରେ ଥିବା ଘରେ ଗତ ସେପ୍ଟେମ୍ବର ୧୫ କିମ୍ବା ୧୬ ତାରିଖରେ ଚୋରି ହୋଇଥିଲା। ଚୋରି କରି ଘରୁ ଫେରାର ହୋଇଯାଇଥିଲେ ଚାକର ବିଷ୍ଣୁ କୁମାର ବର୍ମା। ପୋଲିସ ତାଙ୍କୁ ବହୁ ଖୋଜାଖୋଜି ପରେ ଦିଲ୍ଲୀରୁ ଗିରଫ କରିଛି। ତାଙ୍କ ନିକଟରୁ ଟଙ୍କା ଏବଂ କିଛି ହାର୍ଡଡିକ୍ସ ଜବତ କରିଛି। ଗତ ତିନି ବର୍ଷ ହେବ ବିଷ୍ଣୁ ପିୟୁଷ ଗୋଏଲଙ୍କ ଘରେ କାମ କରୁଥିଲେ।

Share