Advertisement

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର: ଦୂର ହେବ ଖାଦ୍ୟ ସମସ୍ୟା

ଅଧିକାଂଶ ଲୋକଙ୍କୁ ଦୂର ସ୍ଥାନକୁ ଯାତ୍ରା କରିବା ପସନ୍ଦ ଆସିଥାଏ। ଏହି ଯାତ୍ରା ଟ୍ରେନ୍‌ ଯୋଗେ କରିବାକୁ ବି ବହୁ ଲୋକ ପସନ୍ଦ କରିଥାନ୍ତି। ତେବେ ଯଦି ଯାତ୍ରା ଅଧିକ ଲମ୍ବା ହୋଇଥାଏ ତେବେ ଖାଦ୍ୟପେୟକୁ ନେଇ ଚିନ୍ତାରେ ପଡ଼ିଥାନ୍ତି ଯାତ୍ରୀ। ସେହି ସମୟରେ ଆମ ପାଖରେ ଅନ୍ୟ କୌଣସି ବିକଳ୍ପ ନ ଥିବାରୁ କ୍ୟାଣ୍ଟିନ୍‌ବାଲା ଯାହା ଦେଇଥାନ୍ତି ତାହା ଖାଇବାକୁ ପଡ଼ିଥାଏ। ମାତ୍ର ରେଳଯାତ୍ରୀଙ୍କ ଏହି ସମସ୍ୟା ଏବେ ଦୂର ହେବାକୁ ଯାଉଛି।
ଭାରତୀୟ ରେଳ ତା’ର ଯାତ୍ରୀଙ୍କ ଲାଗି ବିଭିନ୍ନ ପ୍ରକାର ଖାଦ୍ୟ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛି। ‘ଡେଲିଭରି ଅଫ୍‌ ହାପିନେସ’ ନାମକ ଏକ ଯୋଜନା ଅନୁଯାୟୀ ୩୫୦ରୁ ଅଧିକ ରେଳ ଷ୍ଟେଶନରେ ଯାତ୍ରୀଙ୍କୁ ସେମାନଙ୍କ ମନ ପସନ୍ଦର ଖାଦ୍ୟ ଯୋଗାଇଦେବ। ଏ ନେଇ ୭୦୦ ଫୁଡ୍‌ ଭେଣ୍ଡରଙ୍କ ସହ ଆଲୋଚନା କରିଛି। ଏଥିରେ ଯାତ୍ରୀଙ୍କୁ ଡୋମିନୋ ପିଜା, ବିରିୟାନୀ ଆଦି ସ୍ବାଦିଷ୍ଟ ଖାଦ୍ୟ ଯୋଗାଇ ଦିଆଯିବ। ଯାତ୍ରୀ ଦକ୍ଷିଣ ଓ ଉତ୍ତର ଭାରତୀୟ ଉଭୟ ଖାଦ୍ୟର ମଜା ନେଇପାରିବେ।
ଆଇଆର୍‌ସିଟିସି ରିପୋର୍ଟ ଅନୁଯାୟୀ, କିଛି ବର୍ଷ ପୂର୍ବରୁ ମାସରେ ୮ ହଜାର ଅର୍ଡର ମିଳୁଥିଲା। ଯାହାକି ବର୍ତ୍ତମାନ ସମୟରେ ୨୧ ହଜାରରେ ପହଞ୍ଚିଛି। ଏହି ଗୋଟିଏ ଅର୍ଡରରେ ଆଇଆର୍‌ଟିସିକୁ ୧୨ ପ୍ରତିଶତ କମିଶନ ମିଳିଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel